ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ୍ ବି ଚିଫ୍ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ୍ ବି ଚିଫ୍ ଇଞ୍ଜିନିୟର ଶୁକଦେବ ମେହେରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଭୁବନେଶ୍ୱରର ୩ଟି ସ୍ଥାନ, ବଲାଙ୍ଗିର ଓ ତୁଷେରାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ ୬ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଶୁକଦେବ ମେହେରଙ୍କ ବଲାଙ୍ଗିର ରୁଗୁଡିପଡା ସ୍ଥିତ ବାସଗୃହରେ ଭିଜିଲାନ୍ସ ରେଡ୍ କରିଛି। କଟକରୁ ଟାଟା ସୁମୋରେ ଆସିଥିବା ଭିଜିଲାନ୍ସ ବିଭାଗର ଏକ ଟିମ୍ ଘର ଭିତରେ […]

vigilance

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 06:50 AM IST

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ୍ ବି ଚିଫ୍ ଇଞ୍ଜିନିୟର ଶୁକଦେବ ମେହେରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଭୁବନେଶ୍ୱରର ୩ଟି ସ୍ଥାନ, ବଲାଙ୍ଗିର ଓ ତୁଷେରାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ ୬ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଶୁକଦେବ ମେହେରଙ୍କ ବଲାଙ୍ଗିର ରୁଗୁଡିପଡା ସ୍ଥିତ ବାସଗୃହରେ ଭିଜିଲାନ୍ସ ରେଡ୍ କରିଛି। କଟକରୁ ଟାଟା ସୁମୋରେ ଆସିଥିବା ଭିଜିଲାନ୍ସ ବିଭାଗର ଏକ ଟିମ୍ ଘର ଭିତରେ ଯାଇ ଛାନଭିନ୍ କରୁଛି।

ଏଠାରେ ଶୁକଦେବ ମେହେରଙ୍କ ପୁଅ ରହୁଥିବା ସୂଚନା ମିଳିଛି। ଏହା ସହିତ ଆଉ ଟିମ୍ ବଲାଙ୍ଗିର ତୁଷୁରାର ନୂଆପଡା ଠାରେ ଥିବା ଶୁକଦେବ ମେହେରଙ୍କ ଆଉ ଏକ ଘରେ ମଧ୍ୟ ରେଡ୍ କରିଛି।

Related story