ପାଇକମାଳ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ର ଏକ ଟିମ୍ ପାଇକମାଳ ତହସିଲଦାର ଜାନକିନାଥ ମିଶ୍ରଙ୍କ ଭଡ଼ା ଘରେ ଚଢ଼ାଉ କରିଛି। ଏହାଛଡ଼ା ତାଙ୍କ ଅଫିସ୍, ଭୁବନେଶ୍ୱର ୟୁନିଟ୍ ୨ ସରକାରୀ ବାସଭବନ, ବଡ଼ଚଣାସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଜାନକୀନାଥଙ୍କ ନାମରେ ଥିବା ଏକାଧିକ ଆକାଉଣ୍ଟରୁ ୮୬ ଲକ୍ଷ ଟଙ୍କାର ଡିପୋଜିଟ୍, ସରକାରୀ କ୍ୱର୍ଟର୍ସରୁ ନଗଦ ଅଢ଼େଇ ଲକ୍ଷ ଟଙ୍କା, ୧୧୦ ଗ୍ରାମ ସୁନା ଓ ୨୨୦ ଗ୍ରାମ ରୁପା ଜବତ […]
ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ର ଏକ ଟିମ୍ ପାଇକମାଳ ତହସିଲଦାର ଜାନକିନାଥ ମିଶ୍ରଙ୍କ ଭଡ଼ା ଘରେ ଚଢ଼ାଉ କରିଛି। ଏହାଛଡ଼ା ତାଙ୍କ ଅଫିସ୍, ଭୁବନେଶ୍ୱର ୟୁନିଟ୍ ୨ ସରକାରୀ ବାସଭବନ, ବଡ଼ଚଣାସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ଜାନକୀନାଥଙ୍କ ନାମରେ ଥିବା ଏକାଧିକ ଆକାଉଣ୍ଟରୁ ୮୬ ଲକ୍ଷ ଟଙ୍କାର ଡିପୋଜିଟ୍, ସରକାରୀ କ୍ୱର୍ଟର୍ସରୁ ନଗଦ ଅଢ଼େଇ ଲକ୍ଷ ଟଙ୍କା, ୧୧୦ ଗ୍ରାମ ସୁନା ଓ ୨୨୦ ଗ୍ରାମ ରୁପା ଜବତ କରିଛି। ଏହାଛଡ଼ା ଖଣ୍ଡଗିରିରେ ଏକ ଆପାଟମେଣ୍ଟରେ ତାଙ୍କର ୩୪ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ ରହିଥିବା ଜଣାପଡ଼ିଛି। ଜବତ ସମ୍ପତ୍ତିର ମୂଲ୍ୟ କୋଟିଏ ୪୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି।