ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ କୋରାପୁଟ ଡିଭିଜନର ତତ୍‌କାଳୀନ ଆରଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଗୁରୁବାର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। କୋର୍ଟ ଯନ୍ତ୍ରୀ ଜଗନ୍ନାଥ ମୋହିନୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତାଙ୍କ ପତ୍ନୀ ରେଣୁବାଳା ମହାନ୍ତିଙ୍କୁ କୋର୍ଟ ଏକ ବର୍ଷ ଜେଲ୍‌ ଦଣ୍ଡ ସହ ଏକ ଲକ୍ଷ ଟଙ୍କା  ଜରିମାନା ଦଣ୍ଡାଦେଶ […]

vigilance

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 10:09 AM IST

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ କୋରାପୁଟ ଡିଭିଜନର ତତ୍‌କାଳୀନ ଆରଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଗୁରୁବାର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। କୋର୍ଟ ଯନ୍ତ୍ରୀ ଜଗନ୍ନାଥ ମୋହିନୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତାଙ୍କ ପତ୍ନୀ ରେଣୁବାଳା ମହାନ୍ତିଙ୍କୁ କୋର୍ଟ ଏକ ବର୍ଷ ଜେଲ୍‌ ଦଣ୍ଡ ସହ ଏକ ଲକ୍ଷ ଟଙ୍କା  ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।

ରେଣୁବାଳାଙ୍କ ନାଁରେ ୪୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତି ଥିବା ଏବଂ ଦୁର୍ନୀତି ପାଇଁ ତାଙ୍କ ସ୍ୱାମୀଙ୍କୁ ପ୍ରୋତ୍ସାହିତ କରିଥିବାରୁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଛି।

ଗତ ସେପ୍ଟେମ୍ୱର ୨୦ ତାରିଖରେ ମୋହିନୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ବର୍ତ୍ତମାନ ମୋହିନୀ ରାୟଗଡ଼ା ଆର୍‌ଆଣ୍ଡଡି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅଛନ୍ତି।

Related story