ଭିମସାର ଜୁନିଅର ଡାକ୍ତର ସଂଘ ସଭାପତିଙ୍କୁ ହତ୍ୟା ଧମକ: ୬ ଗିରଫ

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲର ଜୁନିୟର ଡାକ୍ତର ସଂଘର ସଭାପତି ଶଙ୍କର ରାମଚନ୍ଦାନୀଙ୍କୁ ଫୋନ୍‌ରେ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଘଟଣାରେ ବୁର୍ଲା ପୋଲିସ୍ ଆଜି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହସ୍ପିଟାଲର ଆଟେଣ୍ଡାଣ୍ଟ୍ ରହିଥିବା ବେଳେ ଅନ୍ୟ ୫ ଜଣ ହସ୍‌ପିଟାଲ ପରିସରରେ ମୁତୟନ ଏକ ଘରୋଇ  ସିକ୍ୟୁରିଟି କମ୍ପାନୀର ଗାର୍ଡ। ଗିରଫ ଅଭିଯୁକ୍ତମାନେ କହିଛନ୍ତି ଯେ ଏ ଘଟଣାରେ ସେମାନଙ୍କର ସଂପୃକ୍ତି ନାହିଁ। […]

vimsar

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 01:21 PM IST

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲର ଜୁନିୟର ଡାକ୍ତର ସଂଘର ସଭାପତି ଶଙ୍କର ରାମଚନ୍ଦାନୀଙ୍କୁ ଫୋନ୍‌ରେ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଘଟଣାରେ ବୁର୍ଲା ପୋଲିସ୍ ଆଜି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହସ୍ପିଟାଲର ଆଟେଣ୍ଡାଣ୍ଟ୍ ରହିଥିବା ବେଳେ ଅନ୍ୟ ୫ ଜଣ ହସ୍‌ପିଟାଲ ପରିସରରେ ମୁତୟନ ଏକ ଘରୋଇ  ସିକ୍ୟୁରିଟି କମ୍ପାନୀର ଗାର୍ଡ।

ଗିରଫ ଅଭିଯୁକ୍ତମାନେ କହିଛନ୍ତି ଯେ ଏ ଘଟଣାରେ ସେମାନଙ୍କର ସଂପୃକ୍ତି ନାହିଁ। ସେମାନଙ୍କୁ ଫସାଇ ଦିଆଯାଇଛି।

ସମ୍ବଲପୁର ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ପାଣିଗ୍ରାହୀ କହିଛନ୍ତି,“ଡାକ୍ତରଖାନା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ  କଡ଼ାକଡ଼ି କରିବା ପାଇଁ ଜେଡିଏ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଯୋଗୁଁ ସିକ୍ୟୁରିଟି ଗାର୍ଡମାନେ ଚାକିରୀ ଚାଲିଯିବା ଭୟରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଫୋନ୍‌ ଯୋଗେ ଧମକ ଦେଇଛନ୍ତି।”

ଗତ ୨୨ ତାରିଖ ରାତିରେ ରାମଚନ୍ଦାନୀ ହସପିଟାଲ୍‌କୁ ଡ୍ୟୁଟିକୁ ଯାଉଥିବା ବେଳେ ଏକ ଅଜଣା ନମ୍ୱରରୁ ଫୋନ୍ କଲ୍ ଆସିଥିଲା। ଜେଡିଏର ଆନ୍ଦୋଳନ ଓ ହସ୍ପିଟାଲ ପରିସରରେ ସୁରକ୍ଷା ବ୍ୟବସ୍ଥା  କଡ଼ାକଡ଼ି ପ୍ରସଙ୍ଗରେ ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ଗାଳିଗୁଲଜ କରିଥିଲା ଓ ହତ୍ୟା କରିବାକୁ ଧମକ ଦେଇଥିଲା। ୨୩ ତାରିଖ ସକାଳେ ଡାକ୍ତର ରାମଚନ୍ଦାନୀ ମେଡିକାଲ୍ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।

Related story