ମାଲକାନଗିରି : ଭିଜିଲାନ୍ସ ଜାଲରେ ୨ ଫରେଷ୍ଟ ଗାର୍ଡ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପୋଟେରୁ ସେକ୍ସନରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ମନୋଜ ବିଶୋଇ ଓ ବାସନ୍ତି ମାଡକାମି ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି। ଏମାନେ ବେଚୁ ମଜୁମଦାର ନାମକ ଜଣେ ଗ୍ରାମବାସୀଙ୍କ ଠାରୁ ସାଇକେଲ ବୋଝେଇ ବଲ୍ଲା କାଠ ଓ ବାଉଁଶ ଜବତ କରି ଥିଲେ। କାଠ ଓ ସାଇକେଲ ଛାଡିବାକୁ ବେଚୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ ଏହି ଦୁଇ ବନ ବିଭାଗ କର୍ମକର୍ତ୍ତା। […]

lootra

Rakesh Mallick
  • Published: Monday, 27 June 2016
  • , Updated: 27 June 2016, 06:13 PM IST

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପୋଟେରୁ ସେକ୍ସନରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ମନୋଜ ବିଶୋଇ ଓ ବାସନ୍ତି ମାଡକାମି ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି।

ଏମାନେ ବେଚୁ ମଜୁମଦାର ନାମକ ଜଣେ ଗ୍ରାମବାସୀଙ୍କ ଠାରୁ ସାଇକେଲ ବୋଝେଇ ବଲ୍ଲା କାଠ ଓ ବାଉଁଶ ଜବତ କରି ଥିଲେ। କାଠ ଓ ସାଇକେଲ ଛାଡିବାକୁ ବେଚୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ ଏହି ଦୁଇ ବନ ବିଭାଗ କର୍ମକର୍ତ୍ତା। ତେବେ ବେଚୁ ମଜୁମଦାରଙ୍କ ଠାରୁ ୩୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

Related story