ଯୁବତୀଙ୍କୁ ବ୍ଲାକ୍‌ମେଲ୍ କରିବା ଅଭିଯୋଗରେ ଦୁଇ ଜଣ ଗିରଫ

ଭୁବନେଶ୍ୱର: ଜଣେ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରିବା ଅଭିଯୋଗରେ ବୁଧବାର ଭୁବନେଶ୍ୱରରୁ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ଗୁଡ଼ଗାଁଓ ପୋଲିସ୍। ସେମାନେ ହେଲେ ଶକ୍ତିଦତ୍ତ ସାମଲ ଓ ସୌରଭ ପ୍ରକାଶ ନାୟକ। କମିଶନରେଟ୍ ପୋଲିସ୍ ସହାୟତାରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୁଡ଼ଗାଁଓ ପୋଲିସ୍। ଅଭିଯୋଗ ଅନୁଯାୟୀ ଶକ୍ତିଦତ୍ତ ସାମଲ ଯୁବତୀଙ୍କ ଆଗରେ ନିଜକୁ ଏକ ଘରୋଇ କଂପାନୀର ଭାଇସ୍ ପ୍ରେସିଡେଣ୍ଟ୍ ବୋଲି ପରିଚୟ ଦେବା ସହ ବିବାହର ପ୍ରଲୋଭନ ଦେଖାଇଥିଲେ। ପରେ ସେ ଯୁବତୀଙ୍କର […]

Noida case

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 04:25 AM IST

ଭୁବନେଶ୍ୱର: ଜଣେ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରିବା ଅଭିଯୋଗରେ ବୁଧବାର ଭୁବନେଶ୍ୱରରୁ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ଗୁଡ଼ଗାଁଓ ପୋଲିସ୍। ସେମାନେ ହେଲେ ଶକ୍ତିଦତ୍ତ ସାମଲ ଓ ସୌରଭ ପ୍ରକାଶ ନାୟକ। କମିଶନରେଟ୍ ପୋଲିସ୍ ସହାୟତାରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୁଡ଼ଗାଁଓ ପୋଲିସ୍।

ଅଭିଯୋଗ ଅନୁଯାୟୀ ଶକ୍ତିଦତ୍ତ ସାମଲ ଯୁବତୀଙ୍କ ଆଗରେ ନିଜକୁ ଏକ ଘରୋଇ କଂପାନୀର ଭାଇସ୍ ପ୍ରେସିଡେଣ୍ଟ୍ ବୋଲି ପରିଚୟ ଦେବା ସହ ବିବାହର ପ୍ରଲୋଭନ ଦେଖାଇଥିଲେ। ପରେ ସେ ଯୁବତୀଙ୍କର କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ସୁଟ୍ କରି ସେଗୁଡ଼ିକୁ ସୋସିଆଲ୍ ମିଡିଆରେ ଛାଡ଼ି ଦେବାକୁ ଧମକ ଦେଇଥିଲେ। ଏ ବାବଦରେ ସେ ଯୁବତୀଙ୍କଠାରୁ ତିନି ଲକ୍ଷ ଦଶ ହଜାର ଟଙ୍କା ହଡ଼ପ କରିଥିଲେ। ଯୁବତୀ ଜଣଙ୍କ ଏନେଇ ଗୁଡ଼ଗାଁଓ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଗତକାଲି ଗୁଡ଼ଗାଁଓ ମହିଳା ପୋଲିସ୍ ଭୁବନେଶ୍ୱର ପୋଲିସ୍ ସହାୟତାରେ ମିଳିତ ଚଢ଼ାଉ କରିଥିଲେ। ପୋଲିସ୍ ସେମାନଙ୍କଠାରୁ ଏକ ଲକ୍ଷ ତେଇଶ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଜବତ କରିଛି।

Related story