ଭୁବନେଶ୍ୱର ପାସ୍‌ପୋର୍ଟ କାର୍ଯ୍ୟଳୟରେ ଯୁବକ ଅଟକ

ଭୁବନେଶ୍ୱର: ଚୀନ ଯିବା ଲାଗି ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ନେବା ବେଳେ ଆଜି ଜଣେ ସନ୍ଦିଗ୍ଧ ଯୁବକ ଅଟକ ରହିଛନ୍ତି। ତାଙ୍କ ନାଁ ଫରିଦ୍ ଖାଁ ଓ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ। ଯୁବକ ଜଣଙ୍କ କହୁଥିବା ନାଁ ସହ ତାଙ୍କ ଭୋଟର ଆଇଡିରେ ଥିବା ନାଁର ତାଳମେଳ ରହୁ ନ ଥିବାବେଳେ ସେ ପାସପୋର୍ଟ କିପରି ହାସଲ ଖଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣା ଜଣାପଡିବା ପରେ ପାସପୋର୍ଟ ଅଧିକାରୀ […]

youth-detain-at-passport-office

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 03:32 PM IST

ଭୁବନେଶ୍ୱର: ଚୀନ ଯିବା ଲାଗି ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ନେବା ବେଳେ ଆଜି ଜଣେ ସନ୍ଦିଗ୍ଧ ଯୁବକ ଅଟକ ରହିଛନ୍ତି। ତାଙ୍କ ନାଁ ଫରିଦ୍ ଖାଁ ଓ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ। ଯୁବକ ଜଣଙ୍କ କହୁଥିବା ନାଁ ସହ ତାଙ୍କ ଭୋଟର ଆଇଡିରେ ଥିବା ନାଁର ତାଳମେଳ ରହୁ ନ ଥିବାବେଳେ ସେ ପାସପୋର୍ଟ କିପରି ହାସଲ ଖଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣା ଜଣାପଡିବା ପରେ ପାସପୋର୍ଟ ଅଧିକାରୀ ତାକୁ ଅଟକ ରଖି ପଚରାଉଚରା କରୁଛନ୍ତି। ସେ ବାଂଲାଦେଶୀ ନ ଭାରତୀୟ ତା’ର ମଧ୍ୟ ଖୋଳତାଡ ଚାଲିଛି। କେଉଁ ଉଦ୍ଦେଶ୍ୟରେ ସେ ବିଦେଶ ଯିବାକୁ ଆବେଦନ କରିଥିଲେ ଓ କିପରି ପାସପୋର୍ଟ ହାତେଇଥିଲେ ତା’ର ଯାଞ୍ଚ ହେଉଛି। ପୂର୍ବରୁ ଜାଲ୍‌ ପାସପୋର୍ଟ ଘଟଣାରେ ୯ ଜଣ ବାଂଲାଦେଶୀ ଗିରଫ ହୋଇଥିଲେ।

Related story