ପାପଡାହାଣ୍ଡିରେ ପାଳିତ ହେଲା ସହିଦ୍‌ ଦିବସ

Saheed Smrutistambha Papadahandiଉମରକୋଟ: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଆଜି ସହିଦ୍‌ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରେର ସହିଦ୍‌ଙ୍କ ତିଳତର୍ପଣ ଅର୍ପଣ, ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।

୧୯୪୨ ମସିହା ଆଜିର ଦିନରେ ପାପଡ଼ାହାଣ୍ଡି ଟୁରୀ ନଦୀ କୂଳରେ ସ୍ୱାଧୀନତା ସଂଗ୍ରାମରେ ୧୯ ଜଣ ସଂଗ୍ରାମୀ ସହିଦ୍‌ ହୋଇଥିଲେ। ସେହି ଦିନଠାରୁ ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି।