ଅନୁଗୋଳ: କମେଣ୍ଟ ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ଅନୁଗୋଳ: ଏକ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ଅନୁଗୋଳ ଥାନା ହୁଳୁରୁସିଙ୍ଗାରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷ ପରସ୍ପରକୁ ଢେଲାପଥର ମାଡ଼ କରିଥିଲେ। ଏହି ଘଟଣାରେ କିଛି ଲୋକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସଂଘର୍ଷ ଯୋଗୁଁ କିଛି ସମୟ ପାଇଁ ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଫୋର୍ସ ମୁତୟନ କରାଯାଇଛି। […]

angul

Rakesh Mallick
  • Published: Tuesday, 10 January 2017
  • , Updated: 10 January 2017, 07:07 PM IST

ଅନୁଗୋଳ: ଏକ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ଅନୁଗୋଳ ଥାନା ହୁଳୁରୁସିଙ୍ଗାରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷ ପରସ୍ପରକୁ ଢେଲାପଥର ମାଡ଼ କରିଥିଲେ। ଏହି ଘଟଣାରେ କିଛି ଲୋକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସଂଘର୍ଷ ଯୋଗୁଁ କିଛି ସମୟ ପାଇଁ ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଫୋର୍ସ ମୁତୟନ କରାଯାଇଛି।

ଏକ କମେଣ୍ଟ ମରାକୁ କେନ୍ଦ୍ର କରି କିଛିଦିନ ତଳେ ହୁଲୁରୁସିଂହା ଓ ଘାସିସାହି ପିଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଆଜି ପୁଣି ଦୁଇ ସାହି ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

Related story