ଅନୁଗୋଳ: ନାଲକୋ ନଗରରେ ହାତୀ ଆତଙ୍କ

ଅନୁଗୋଳ: ଜଙ୍ଗଲୀ ହାତୀକୁ ନେଇ ଅନୁଗୋଳ ନାଲକୋ ନଗରରେ ଆତଙ୍କ ଦେଖାଦେଇଛି। ଗତକାଲି ବିଳମ୍ୱିତ ରାତିରେ ଏକ ମାଈ ହାତୀ ନାଲକୋ ନଗର ଭିତରକୁ ପଶି ଆସିଥିଲା। ନାଲକୋ ନଗର ହସପିଟାଲ୍ କ୍ୟାମ୍ପସ୍ ପରିସରରେ ହାତୀଟି ଦୀର୍ଘ ସମୟ ଧରି ରହିବାରୁ ସେଠାରେ ଭୟର ବାତାବରଣ ଖେଳିଯାଇଥିଲା। ଏ ସଂପର୍କରେ ଖବର ପାଇଁ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ପରେ ହାତୀଟି ନାଲକୋ ଟାଉନସିପ୍ ଭିତରକୁ ଚାଲିଯାଇଥିଲା। ସଂଧ୍ୟାରେ ପୁଣିଥରେ ହାତୀକୁ […]

elephant at nalconagar

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 01:48 PM IST

ଅନୁଗୋଳ: ଜଙ୍ଗଲୀ ହାତୀକୁ ନେଇ ଅନୁଗୋଳ ନାଲକୋ ନଗରରେ ଆତଙ୍କ ଦେଖାଦେଇଛି। ଗତକାଲି ବିଳମ୍ୱିତ ରାତିରେ ଏକ ମାଈ ହାତୀ ନାଲକୋ ନଗର ଭିତରକୁ ପଶି ଆସିଥିଲା। ନାଲକୋ ନଗର ହସପିଟାଲ୍ କ୍ୟାମ୍ପସ୍ ପରିସରରେ ହାତୀଟି ଦୀର୍ଘ ସମୟ ଧରି ରହିବାରୁ ସେଠାରେ ଭୟର ବାତାବରଣ ଖେଳିଯାଇଥିଲା। ଏ ସଂପର୍କରେ ଖବର ପାଇଁ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ପରେ ହାତୀଟି ନାଲକୋ ଟାଉନସିପ୍ ଭିତରକୁ ଚାଲିଯାଇଥିଲା। ସଂଧ୍ୟାରେ ପୁଣିଥରେ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରାଯିବ ବୋଲି ଅନଗୋଳ ଡିଏଫଓ ଶରତ କୁମାର ସାହୁ।

Related story