ଅନୁଗୁଳରେ ବସ ଓଲଟି ୪ ମୃତ, ୧୫ ଆହତ

ଅନୁଗୁଳ: ଅନୁଗୁଳରେ ଆଜି ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅନୁଗୁଳରୁ ବଇଣ୍ଡା ଯାଉଥିବା କ୍ରିଷ୍ଣା ନାମକ ଘରୋଇ ବସଟି କଞ୍ଜରା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।