ଆଠଗଡ଼ରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ କଳାପତାକା ପ୍ରଦର୍ଶନ

ଆଠଗଡ଼: ଆଠଗଡ଼ରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଜି କଳା ପତାକା ପ୍ରଦର୍ଶନ କରାଯାଇଛି। ଏହି ଘଟଣାରେ ପୋଲିସ୍‌ ୪ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ମନ୍ତ୍ରୀ ସିଂହଦେଓ ଓ ବିଧାୟକ ସ୍ୱାଇଁ କରିକୋଇ ସ୍ଥିତ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଆଠଗଡ଼ ଥାନା ଆଗରେ କଂଗ୍ରେସ କର୍ମୀମାନେ ସେମାନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ। ଏହାକୁ ବିଜେଡି କର୍ମୀମାନେ ବିରୋଧ କରିବାରୁ ଧସ୍ତାଧସ୍ତି ହୋଇଥିଲା। […]

athagara

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 06:22 PM IST

ଆଠଗଡ଼: ଆଠଗଡ଼ରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଜି କଳା ପତାକା ପ୍ରଦର୍ଶନ କରାଯାଇଛି। ଏହି ଘଟଣାରେ ପୋଲିସ୍‌ ୪ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ମନ୍ତ୍ରୀ ସିଂହଦେଓ ଓ ବିଧାୟକ ସ୍ୱାଇଁ କରିକୋଇ ସ୍ଥିତ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଆଠଗଡ଼ ଥାନା ଆଗରେ କଂଗ୍ରେସ କର୍ମୀମାନେ ସେମାନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ। ଏହାକୁ ବିଜେଡି କର୍ମୀମାନେ ବିରୋଧ କରିବାରୁ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Related story