ବଲାଙ୍ଗିରରୁ ୫୧ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିରରୁ ୫୧ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଶନିବାର ରାତିରେ ପଦ୍ମପୁର-ବ୍ରହ୍ମପୁର ସରକାରୀ ବସ୍ ଉପରେ ଜିଲ୍ଲା ଶ୍ରମ ବିଭାଗ ଓ ଟାଉନ୍ ପୋଲିସ୍ ମିଳିତ ଭାବେ ଚଢ଼ାଉ କରିଥିଲା । ସେଠାରେ ପାଟଣାଗଡ଼ ଭାଲୁଜୁରୀ ଗାଁର ୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ପାଟଣାଗଡ଼ ରାମପୁରଠାରୁ ସରକାରୀ ବସରୁ ୨୨ଜଣଙ୍କୁ ଏବଂ ଘରୋଇ ବସରୁ ୧୩ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ୍ ଉଦ୍ଧାର କରିଛି। ଏମାନଙ୍କୁ ନିଜ ନିଜ ଗାଁକୁ ପଠାଇ […]

balagiri

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 08:31 AM IST

ବଲାଙ୍ଗିର: ବଲାଙ୍ଗିରରୁ ୫୧ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଶନିବାର ରାତିରେ ପଦ୍ମପୁର-ବ୍ରହ୍ମପୁର ସରକାରୀ ବସ୍ ଉପରେ ଜିଲ୍ଲା ଶ୍ରମ ବିଭାଗ ଓ ଟାଉନ୍ ପୋଲିସ୍ ମିଳିତ ଭାବେ ଚଢ଼ାଉ କରିଥିଲା । ସେଠାରେ ପାଟଣାଗଡ଼ ଭାଲୁଜୁରୀ ଗାଁର ୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ପାଟଣାଗଡ଼ ରାମପୁରଠାରୁ ସରକାରୀ ବସରୁ ୨୨ଜଣଙ୍କୁ ଏବଂ ଘରୋଇ ବସରୁ ୧୩ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ୍ ଉଦ୍ଧାର କରିଛି। ଏମାନଙ୍କୁ ନିଜ ନିଜ ଗାଁକୁ ପଠାଇ ଦିଆଯାଇଛି। କାମ ଅଭାବ ଏବଂ ମରୁଡ଼ି ଯୋଗୁଁ ଏମାନେ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି।

Related story