ବଲାଙ୍ଗିର: ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲ୍ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ୍ ଦ୍ୱାରା ମା, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପିକକର ସଂପାଦକ ରଂଜନ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳାନ କରିଥିବା ବେଳେ ଜିଲ୍ଳାପାଳ ଏମଥୁଥୁକୁମାର, ସିଡିଏମ୍ଓ ରବି ନାରାୟଣ ତ୍ରୀପାଠୀ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ବିଜୟ ପ୍ରଧାନୀ ଅତିଥି ଭାବେ ଯୋଗ ଦେଇଥିଲେ। କର୍ମଶାଳାରେ ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଗଣମାଧ୍ୟମର ଜିଲ୍ଳା ତଥା ବ୍ଳକ୍ ପ୍ରତିନିଧୀ ଯୋଗଦେଇଥିଲେ। ଶିଶୁ ମୃତ୍ୟୁ ହାରରେ ବଲାଙ୍ଗିରର ସ୍ଥାନ ସର୍ବାଧିକ ଥିବାରୁ ଚିନ୍ତା ପ୍ରକଟ କରିଥିଲେ ପିକକର ସଂପାଦକ। ଏହାକୁ ରୋକିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ପଡିବ ବୋଲି କହିଛନ୍ତି ସଂପାଦକ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବଲାଙ୍ଗିରରେ ଶିଶୁ ମୃତ୍ୟୁ ହାର କମି ମାତ୍ର ୩୯ ହଜାର ରହିଥିବା କହିଛନ୍ତି ବଲାଙ୍ଗିର ମହିଳା ଓ ଶିଶୁ, ବିଭାଗର ଏଡିଏମ୍ଓ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।