ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନଟାପଡ଼ା ପଞ୍ଚାୟତର ଶତାଧିକ ହିତାଧିକାରୀ ୨ ମାସ ଧରି ପିଡିଏସ୍ ସାମଗ୍ରୀ ନ ମିଳିବାରୁ ଗତକାଲି ଉତ୍ତ୍ୟକ୍ତ ଲୋକେ ସୋର ଥାନା ଘେରାଉ କରିଥିଲେ। ସେମାନଙ୍କୁ ୨ ମାସ ହେଲା ଯୋଗାଣ ସାମଗ୍ରୀ ମିଳି ନ ଥିବାବେଳେ ସ୍ଥାନୀୟ ସିଆଳ ଗୋଠ ସେଣ୍ଟରରୁ ୨ଟି ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ ଆସୁଥିବା ଜାଣି ଏହାକୁ ଅଟକାଇ ଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ବୁଝାସୁଝା ପାଇଁ ଯାଇଥିବା ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଲୋକେ ଘେରାଉ କରି ରଖିଥିଲେ। ଏହା ପରେ ସେମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ଥାନା ଘେରାଉ କରିଥିଲେ। ଖବର ପାଇ ବାଲେଶ୍ୱର ଏଡିଏମ୍ ଓ ସିଏସ୍ଓ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।