ବାଲିଯାତ୍ରା ପ୍ରସ୍ତୁତି ବୈଠକ: ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୮ ପାର୍କିଂ ସ୍ଥାନ ଚିହ୍ନଟ

କଟକ: ଐତିହାସିକ ବାଲିଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ କମିଶନରେଟ ପୋଲିସ ଓ ଜିଲ୍ଲା ପ୍ରଶାସନର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ତେବେ ଚଳିତବର୍ଷ ବାଲିଯାତ୍ରା ସମୟରେ ଲୋକଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ସହ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ ପାଇଁ ୮ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଥିବା ବୈଠକରେ ଆଲୋଚନା ହୋଇଥିଲା। ବାଲିଯାତ୍ରା ସମୟରେ ଅପରାଧୀଙ୍କ ଉପରେ କଡା ନଜର ରଖାଯିବା ସହ ବିଭିନ୍ନ ସ୍ଥାନରେ […]

ctc

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 05:28 PM IST

କଟକ: ଐତିହାସିକ ବାଲିଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ କମିଶନରେଟ ପୋଲିସ ଓ ଜିଲ୍ଲା ପ୍ରଶାସନର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ତେବେ ଚଳିତବର୍ଷ ବାଲିଯାତ୍ରା ସମୟରେ ଲୋକଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ସହ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ ପାଇଁ ୮ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଥିବା ବୈଠକରେ ଆଲୋଚନା ହୋଇଥିଲା।

ବାଲିଯାତ୍ରା ସମୟରେ ଅପରାଧୀଙ୍କ ଉପରେ କଡା ନଜର ରଖାଯିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ନେଇ ଆଲୋଚନା କରାଯାଇଥିଲା। ଏହାସହ ବଞ୍ଜାରା ଓ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ଜିଲ୍ଲା ପ୍ରଶାସନ ଓ ସିଏମସି ବିଭିନ୍ନ ବିଭାଗ ସହ ସମନ୍ୱୟ ରଖିବା ପାଇଁ ଏକ ସେଣ୍ଟ୍ରାଲ କଣ୍ଟୋଲ ରୁମ ମଧ୍ୟ ଖୋଲାଯିବାର ବ୍ୟବସ୍ଥା କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ଜିଲ୍ଲାପାଳ କହିଛନ୍ତି।

ବାଲିଯାତ୍ରା ସମୟରେ କାର୍ତ୍ତିକେଶ୍ୱର ପୂଜା ଥିବାରୁ ଚଳିତବର୍ଷ ବାଲିଯାତ୍ରା ପଡିଆ ମଧ୍ୟ ଦେଇ କୌଣସି ମେଢ ବିସର୍ଜନ ପାଇଁ ମହାନଦୀ ଘାଟକୁ ଯିବନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ମେଢ ବିସର୍ଜନ ପାଇଁ ସମ୍ପୂର୍ଣ୍ଣ ରୁଟରେ ପରିବର୍ତ୍ତନ କରାଯାଇଛି। ଏହି ବୈଠକରେ ପୋଲିସ କମିଶନର, କଟକ ଡିସିପିଙ୍କ ସହ କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସିଏମସି କମିଶନର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Related story