ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ସ୍କୁଟର ଆରୋହୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାଡ଼ପୋଖରିଆ ଥାନା ଅନ୍ତର୍ଗତ ବମ୍ବେ ଛକ ଠାରେ ଆଜି ଏକ ଗୋରୁ ବୋଝେଇ ପିକ୍‌ ଅପ୍ ଭ୍ୟାନ୍ ଜଣେ ସ୍କୁଟର ଆରୋହୀଙ୍କୁ ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ନାଁ ପ୍ରଶାନ୍ତ ମହନ୍ତ। ତାଙ୍କ ଘର ନିକଟସ୍ଥ ଦାନାଦାର ଗାଁରେ। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକମାନେ ପିକ୍‌ […]

accident

Rakesh Mallick
  • Published: Wednesday, 13 July 2016
  • , Updated: 13 July 2016, 06:23 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାଡ଼ପୋଖରିଆ ଥାନା ଅନ୍ତର୍ଗତ ବମ୍ବେ ଛକ ଠାରେ ଆଜି ଏକ ଗୋରୁ ବୋଝେଇ ପିକ୍‌ ଅପ୍ ଭ୍ୟାନ୍ ଜଣେ ସ୍କୁଟର ଆରୋହୀଙ୍କୁ ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ନାଁ ପ୍ରଶାନ୍ତ ମହନ୍ତ। ତାଙ୍କ ଘର ନିକଟସ୍ଥ ଦାନାଦାର ଗାଁରେ। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକମାନେ ପିକ୍‌ ଅପ୍ ଭ୍ୟାନ୍‌ଟିକୁ ନିଆଁ ଲଗାଇ ଦେଇଥିଲେ। ଏ ରାସ୍ତାରେ ଗୋରୁ ଚାଲାଣ ବନ୍ଦ କରିବାକୁ ବି ସେମାନେ ଦାବି କରିଥିଲେ। ଘଟଣାସ୍ଥଳରେ ଏସ୍‌ଡିପିଓ ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ।

Related story