ଭୁବନେଶ୍ୱର:ସ୍ମାର୍ଟସିଟି ସଚେତନତା ପାଇଁ ୩୭ଟି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ତାଲିମ୍

ଭୁବନେଶ୍ୱର: ସ୍ମାର୍ଟସିଟି ସଚେତନତା ପାଇଁ ଭୁବନେଶ୍ୱରର ବିଭିନ୍ନ ସରକାରୀ ସ୍କୁଲ୍ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ବିଏମସି ପକ୍ଷରୁ ଶୁକ୍ରବାର ଏହି ତାଲିମ୍ ଦିଆଯାଇଛି। ଏହି ତାଲିମ୍ ଶିବିରରେ ଭୁବନେଶ୍ୱରର ୩୭ଟି ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କିପରି ଭାବେ ଭୁବନେଶ୍ୱରକୁ ସ୍ମାର୍ଟସିଟି ରେସରେ ପ୍ରଥମ ପର୍ଯ୍ୟାୟରେ ସାମିଲ୍ କରାଯାଇ ପାରିବ ସେନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ତାଲିମ୍ ପାଇଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ […]

bmc and smart city

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 04:03 PM IST

ଭୁବନେଶ୍ୱର: ସ୍ମାର୍ଟସିଟି ସଚେତନତା ପାଇଁ ଭୁବନେଶ୍ୱରର ବିଭିନ୍ନ ସରକାରୀ ସ୍କୁଲ୍ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ବିଏମସି ପକ୍ଷରୁ ଶୁକ୍ରବାର ଏହି ତାଲିମ୍ ଦିଆଯାଇଛି। ଏହି ତାଲିମ୍ ଶିବିରରେ ଭୁବନେଶ୍ୱରର ୩୭ଟି ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କିପରି ଭାବେ ଭୁବନେଶ୍ୱରକୁ ସ୍ମାର୍ଟସିଟି ରେସରେ ପ୍ରଥମ ପର୍ଯ୍ୟାୟରେ ସାମିଲ୍ କରାଯାଇ ପାରିବ ସେନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ତାଲିମ୍ ପାଇଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ ସ୍କୁଲରେ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ ବୋଲି ବିଏମସିର ଅତିରିକ୍ତ କମିଶନର ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି।

Related story