ବିଜେଡିରେ ମିଶିଲେ ୨୫୦ରୁ ଅଧିକ ବିଜେପି କର୍ମୀ

ଭୁବନେଶ୍ୱର: ଆସନ୍ତା ଫେବୃୟାରୀରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ବିଭିନ୍ନ ଦଳର କର୍ମୀ ଅନ୍ୟ ଦଳକୁ ଡେଇଁବା ଆରମ୍ଭ କରିଦେଇଛନ୍ତି। ଏହି ଧାରାରେ ଆଜି ଦେବଗଡ଼ ଜିଲ୍ଲାର ୨୫୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି କର୍ମୀମାନେ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରି ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ ବିଧାୟକ ସଞ୍ଜୀବ ସାହୁ, […]

bjd-mishrana

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 09:52 PM IST

ଭୁବନେଶ୍ୱର: ଆସନ୍ତା ଫେବୃୟାରୀରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ବିଭିନ୍ନ ଦଳର କର୍ମୀ ଅନ୍ୟ ଦଳକୁ ଡେଇଁବା ଆରମ୍ଭ କରିଦେଇଛନ୍ତି। ଏହି ଧାରାରେ ଆଜି ଦେବଗଡ଼ ଜିଲ୍ଲାର ୨୫୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ଏହି କର୍ମୀମାନେ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରି ଦଳରେ ସାମିଲ ହୋଇଥିଲେ।

ଏହି ଅବସରରେ ବିଧାୟକ ସଞ୍ଜୀବ ସାହୁ, ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର ଏବଂ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

Related story