ବଲାଙ୍ଗିର: ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ବଲାଙ୍ଗିର: ଆଜି ବଲାଙ୍ଗିର ଜିଲ୍ଳାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରତର ହୋଇଛନ୍ତି। ବଲାଙ୍ଗିର-ସମ୍ୱଲପୁର ରାସ୍ତାର ରୁଗୁଡ଼ିଖାଲ୍ ନିକଟରେ ଏକ ଘରୋଇ ବସ୍ ଧକ୍କାରେ ନଅଗାଁ ଦାସପାଲିର ଚିଣ୍ଟୁ ମିଶ୍ରଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଅନ୍ୟପକ୍ଷରେ ବଲାଙ୍ଗିର-ସୋନପୁର ରାସ୍ତାର ପୁଇଁନ୍ତଲାରେ ଏକ କାର ଧକ୍କାରେ ଦୁଇ ଜଣ […]

bolangir-accident

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 03:28 PM IST

ବଲାଙ୍ଗିର: ଆଜି ବଲାଙ୍ଗିର ଜିଲ୍ଳାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରତର ହୋଇଛନ୍ତି। ବଲାଙ୍ଗିର-ସମ୍ୱଲପୁର ରାସ୍ତାର ରୁଗୁଡ଼ିଖାଲ୍ ନିକଟରେ ଏକ ଘରୋଇ ବସ୍ ଧକ୍କାରେ ନଅଗାଁ ଦାସପାଲିର ଚିଣ୍ଟୁ ମିଶ୍ରଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ।

ଅନ୍ୟପକ୍ଷରେ ବଲାଙ୍ଗିର-ସୋନପୁର ରାସ୍ତାର ପୁଇଁନ୍ତଲାରେ ଏକ କାର ଧକ୍କାରେ ଦୁଇ ଜଣ ସାଇକେଲ୍ ଆରୋହୀ ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ପୁଇଁନ୍ତଲାର ରଂଜନ ରାଉତ ଏବଂ ଗଇଁନ୍ତଲାର କିସନ ସାହୁ।

Related story