ଚାଷୀଙ୍କ ପାଇଁ ଓଡ଼ିଶା ଆସୁଛନ୍ତି ରାହୁଲ: ଏଆଇସିସି ସମ୍ପାଦକ

ବରଗଡ: ଚାଷୀଙ୍କ ପାଇଁ ଓଡ଼ିଶା ଆସୁଛନ୍ତି ଏଆଇସିସି ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କ ତତ୍ତ୍ୱାବଧାନରେ ଆସନ୍ତାକାଲି ବରଗଡ ଜିଲ୍ଲାରୁ ଚାଷୀ ବଞ୍ଚାଓ କାର୍ଯ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରବଡ ଜିଲ୍ଲାରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ହେଲେ ଚାଷୀକୂଳକୁ ଏହି ଭ୍ରଷ୍ଟ ସରକାରଙ୍କ ବିରୋଧରେ ଏକଜୁଟ ହେବାକୁ ପଡିବ ବୋଲି ରାହୁଲଙ୍କ ଗସ୍ତ ସମ୍ପନ୍ଧୀୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଆଇସିସି ସମ୍ପାଦକ ଶୁଭଙ୍କର ସରକାର। ସେ କହିଛନ୍ତି, ଚାଷୀଙ୍କ […]

aicc-sampadaka-subhankara-sarakara

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 08:04 AM IST

ବରଗଡ: ଚାଷୀଙ୍କ ପାଇଁ ଓଡ଼ିଶା ଆସୁଛନ୍ତି ଏଆଇସିସି ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କ ତତ୍ତ୍ୱାବଧାନରେ ଆସନ୍ତାକାଲି ବରଗଡ ଜିଲ୍ଲାରୁ ଚାଷୀ ବଞ୍ଚାଓ କାର୍ଯ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରବଡ ଜିଲ୍ଲାରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ହେଲେ ଚାଷୀକୂଳକୁ ଏହି ଭ୍ରଷ୍ଟ ସରକାରଙ୍କ ବିରୋଧରେ ଏକଜୁଟ ହେବାକୁ ପଡିବ ବୋଲି ରାହୁଲଙ୍କ ଗସ୍ତ ସମ୍ପନ୍ଧୀୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଆଇସିସି ସମ୍ପାଦକ ଶୁଭଙ୍କର ସରକାର। ସେ କହିଛନ୍ତି, ଚାଷୀଙ୍କ ପାଇଁ ରାହୁଲଙ୍କ ପଦଯାତ୍ରା ଜିଲ୍ଲାର ଲାଦେରପାଲିରୁ ଆରମ୍ଭ ହୋଇ ଅତାବିରାରେ ଶେଷ ହେବ। ଏହି ପଦଯାତ୍ରା ସମୟରେ ବରଗଡ ଜିଲ୍ଲାରେ ଆତ୍ମହତ୍ୟା କାରିଥିବା ଚାଷୀଙ୍କୁ ରାହୁଲ ଭେଟିବାର କାର୍ଯ୍ୟକ୍ରମ ରହିଛି। ପଦଯାତ୍ରା ପରେ ଅତାବିରାରେ ଏକ ସାଧାରଣ ସଭାର ଉଦବୋଧନ ଦେବେ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାଶ, କିଶୋର ପଟେଲ, ପ୍ରକାଶ ଦେବତା, ଜଗନ୍ନାଥ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Related story