କଂପ୍ଲାଏନ୍‌ସ ରିପୋର୍ଟ ଦେଉ ନ ଥିବାରୁ ପିଏସିର ଉଦବେଗ

ଭୁବନେଶ୍ୱର:ସିଏଜି ରିପୋର୍ଟ ଆଧାରରେ କଂପ୍ଲାଏନ୍‌ସ ରିପୋର୍ଟ ଦେଉ ନ ଥିବାରୁ ବିଧାନସଭା ପବ୍ଲିକ୍ ଆକାଉଣ୍ଟସ୍ କମିଟି(ପିଏସି) ଉଦବେଗ ପ୍ରକାଶ କରିଛି। ନିୟମ ଅନୁସାରେ ସିଏଜି ରିପୋର୍ଟର ୩ ମାସ ମଧ୍ୟରେ ବିଭାଗ ଗୁଡ଼ିକ କଂପ୍ଲାଏନସ୍ ରିପୋର୍ଟ ବିଧାନସଭାର ପିଏସିଙ୍କୁ ଦେବା କଥା। ତେବେ ଅନେକ ବିଭାଗ ବର୍ଷ ବର୍ଷ ଧରି ଏହା ଦେଉ ନ ଥିବା କହିଛନ୍ତି ପିଏସି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଆଜି  ଆଇନ୍, କ୍ରୀଡା ଓ ଆଇଟି ବିଭାଗକୁ ଡ଼କାଯାଇଥିବା ବେଳେ କ୍ରୀଡା ବିଭାଗ ସଚିବ ଆସି ନ ଥିବାରୁ ଏହା ନାପସନ୍ଦ କରିଛି ପିଏସି।