କଟକ: ବରହମପୁରା ବସ୍ତିରେ ଅଗ୍ନିକାଣ୍ଡ, ଜଳିଗଲା ୧୨ଟି ଘର

କଟକ: କଟକ ବରହମପୁରା ବସ୍ତିରେ ଶନିବାର ଅଗ୍ନିକାଣ୍ଡ ଘଟିଛି।  ବସ୍ତିରେ ୧୫୦ରୁ ଅଧିକ ଘର ଥିବା ବେଳେ ୧୨ଟି ଘରେ ନିଆଁ ଲାଗିଥିଲା। ସକାଳ ପ୍ରାୟ ସାଢେ ୧୦ଟା ସମୟରେ ବସ୍ତି ଗୋଟିଏ ଘରୁ ହଠାତ ନିଆଁ ଉଠିଥିଲା। ଚାହୁଁଚାହୁଁ ନିଆଁ ଅନ୍ୟ ଘରଗୁଡିକୁ ମଧ୍ୟ ବ୍ୟାପି ଯାଇଥିଲା ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ହେଁ କେହି ମୃତାହତ ହୋଇନାହାନ୍ତି। ତେବେ କେମିତି ନିଆଁ ଲାଗିଲା […]

cuuttack

Rakesh Mallick
  • Published: Saturday, 26 December 2015
  • , Updated: 26 December 2015, 11:05 AM IST

କଟକ: କଟକ ବରହମପୁରା ବସ୍ତିରେ ଶନିବାର ଅଗ୍ନିକାଣ୍ଡ ଘଟିଛି।  ବସ୍ତିରେ ୧୫୦ରୁ ଅଧିକ ଘର ଥିବା ବେଳେ ୧୨ଟି ଘରେ ନିଆଁ ଲାଗିଥିଲା। ସକାଳ ପ୍ରାୟ ସାଢେ ୧୦ଟା ସମୟରେ ବସ୍ତି ଗୋଟିଏ ଘରୁ ହଠାତ ନିଆଁ ଉଠିଥିଲା। ଚାହୁଁଚାହୁଁ ନିଆଁ ଅନ୍ୟ ଘରଗୁଡିକୁ ମଧ୍ୟ ବ୍ୟାପି ଯାଇଥିଲା ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ହେଁ କେହି ମୃତାହତ ହୋଇନାହାନ୍ତି। ତେବେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନି।

Related story