କଟକ: ନରସିଂହପୁର ଅଞ୍ଚଳରେ କିଡନୀ ରୋଗ ବ୍ୟାପିବା ନେଇ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍

କଟକ: ବଡମ୍ୱା ନରସିଂହପୁର ଅଞ୍ଚଳରେ କିଡନୀ ରୋଗ ବ୍ୟାପିବା ପରେ ସେଠାରେ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍। ଏନେଇ ଟିମ୍ କଟକ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଗତ ୧୪ ଏବଂ ୧୬ ତାରିଖରେ କେନ୍ଦ୍ରୀୟ ଟିମ୍ ଏବଂ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ଗଠିତ ଟିମ୍ ମିଳିତ ଭାବେ ବଡମ୍ୱାର ବେଲିଆପାଳ ଓ ନରସିଂହପୁରର ଫୁଲପଡା ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଥିଲେ । କାହିଁକି ଓ କେଉଁ […]

cuttack

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 02:41 AM IST

କଟକ: ବଡମ୍ୱା ନରସିଂହପୁର ଅଞ୍ଚଳରେ କିଡନୀ ରୋଗ ବ୍ୟାପିବା ପରେ ସେଠାରେ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍। ଏନେଇ ଟିମ୍ କଟକ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଗତ ୧୪ ଏବଂ ୧୬ ତାରିଖରେ କେନ୍ଦ୍ରୀୟ ଟିମ୍ ଏବଂ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ଗଠିତ ଟିମ୍ ମିଳିତ ଭାବେ ବଡମ୍ୱାର ବେଲିଆପାଳ ଓ ନରସିଂହପୁରର ଫୁଲପଡା ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଥିଲେ । କାହିଁକି ଓ କେଉଁ କାରଣ ପାଇଁ କିଡନୀ ରୋଗ ବ୍ୟାପଛି ଓ ତାହାର କିପରି ନିରାକରଣ କରାଯିବ ସେ ନେଇ କେନ୍ଦ୍ର ସରକାରଙ୍କୁ କମିଟି ରିପୋର୍ଟ ଦେବ। ବଡମ୍ୱା ଏବଂ ନରସିଂହପୁର ଅଞ୍ଚଳରୁ ରକ୍ତ, ପରିଶ୍ରା, ପାଣି, ଗଛର ଚେର ସହ ମାଟିକୁ ପରୀକ୍ଷା ପାଇଁ ନିଆଯାଇଛି। ସେପଟେ ଏହାର ନିରାକରଣ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ  ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

Related story