ଢେଙ୍କାନାଳ: ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର କନ୍ଦରା ଜଙ୍ଗଲରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ୨ ଦିନ ତଳୁ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ତେବେ କେହି ଜଣେ ଦୁର୍ବୃତ୍ତ ହାତୀଟିକୁ ଗୁଳି କରି ମାରିବା ପରେ ଦାନ୍ତ ତାଡି ନେଇଥିବା ସନ୍ଦେହ କରାଯାଉଛି। ମୃତ ହାତୀଟିର ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ରାଇରଙ୍ଗପୁରର ବିଶୋଇ ରେଞ୍ଜ ଜୁଡିଆ ଗାଁ ନିକଟରେ ଏକ ହାତୀର ମୃତଦେହ […]

hati

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 02:18 AM IST

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର କନ୍ଦରା ଜଙ୍ଗଲରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ୨ ଦିନ ତଳୁ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ତେବେ କେହି ଜଣେ ଦୁର୍ବୃତ୍ତ ହାତୀଟିକୁ ଗୁଳି କରି ମାରିବା ପରେ ଦାନ୍ତ ତାଡି ନେଇଥିବା ସନ୍ଦେହ କରାଯାଉଛି। ମୃତ ହାତୀଟିର ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ସେହିପରି ରାଇରଙ୍ଗପୁରର ବିଶୋଇ ରେଞ୍ଜ ଜୁଡିଆ ଗାଁ ନିକଟରେ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀଟିର ଆନ୍ଥ୍ରାକ୍ସ ରୋଗରେ  ମୃତ୍ୟୃ ହୋଇଥିବା ରେଞ୍ଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story