ଧର୍ମଗଡରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ୪ମୃତ,୨ ଗୁରୁତର

ଧର୍ମଗଡ: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୪ ଜଣଙ୍କର ମୁତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଲାମୁଣ୍ଡା ଥାନା ଚଞ୍ଚରାମୁଣ୍ଡା ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ  ଧକ୍କା ହେବା ଫଳରେ ରବୀନ୍ଦ୍ର ଦାସ (୪୦) ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୋଲାମୁଣ୍ଡା ପଟୁ ୩ ଜଣ କଲେଜ ଛାତ୍ର ଧର୍ମଗଡ ଆସୁଥିବା ବେଳେ ଏକ ସିଡି ଡିଲକ୍ସ ବାଇକ ସହ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଗୁରୁତର ହୋଇ […]

dharmagard-accidnent

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 04:23 AM IST

ଧର୍ମଗଡ: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୪ ଜଣଙ୍କର ମୁତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଲାମୁଣ୍ଡା ଥାନା ଚଞ୍ଚରାମୁଣ୍ଡା ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ  ଧକ୍କା ହେବା ଫଳରେ ରବୀନ୍ଦ୍ର ଦାସ (୪୦) ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୋଲାମୁଣ୍ଡା ପଟୁ ୩ ଜଣ କଲେଜ ଛାତ୍ର ଧର୍ମଗଡ ଆସୁଥିବା ବେଳେ ଏକ ସିଡି ଡିଲକ୍ସ ବାଇକ ସହ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଗୁରୁତର ହୋଇ ଭବାନୀପାଟଣାକୁ ସ୍ଥାନାନ୍ତରଣ ହୋଇଛନ୍ତି।  ସେଠାରେ ଚିକିତ୍ସା ବେଳେ ଜଣଙ୍କର ମୁତ୍ୟୁ ଘଟିଛି।  ବର୍ତ୍ତମାନ  ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହଁ। ସେହିପରି ଜୁନାଗଡ ଥାନା ଚଚୈଗୁଡା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣକ ହେଉଛନ୍ତି ଧର୍ମଗଡ ଥାନା ଖଇରପଦର ଗାଁର ଶରତ ଆଚାର୍ଯ୍ୟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Related story