ଗୋଲାମୁଣ୍ଡା ବ୍ଲକକୁ ମରୁଡି ଘୋଷଣା ଦାବିରେ ଚାଷୀଙ୍କ ରାସ୍ତାରୋକ

କଳାହାଣ୍ଡି: ଧର୍ମଗଡ଼ ଉପଖଣ୍ଡ ଗୋଲାମୁଣ୍ଡା ବ୍ଲକକୁ ମରୁଡ଼ି ଘୋଷଣା ଦାବିରେ ଆଜି ରାସ୍ତାରୋକ କରାଯାଇଛି । ସକାଳୁ ଧର୍ମଗଡ଼-ସିନାପାଲି ରାସ୍ତାରେ ଚାଷୀମାନେ ନିଆଁ ଜାଳି ରାସ୍ତା ବନ୍ଦ କରିଥିଲେ । ଫଳରେ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ରାଜ୍ୟ ସରକାର ମରୁଡ଼ି ତାଲିକାରୁ ବ୍ଲକର କିଛି ପଞ୍ଚାୟତକୁ ବାଦ୍ ଦେଇଥିବା ଅଭିଯୋଗ କରି ଅଞ୍ଚଳର ଚାଷୀମାନେ ଏପରି ପ୍ରତିବାଦ କରିଛନ୍ତି। ରାଜ୍ୟ ସରକାର ଏହାର ପୁନର୍ବିଚାର କରିବା ସହ ବ୍ଲକର ସବୁ ୨୪ଟି […]

dharmagarh

Rakesh Mallick
  • Published: Thursday, 19 November 2015
  • , Updated: 19 November 2015, 09:14 AM IST

କଳାହାଣ୍ଡି: ଧର୍ମଗଡ଼ ଉପଖଣ୍ଡ ଗୋଲାମୁଣ୍ଡା ବ୍ଲକକୁ ମରୁଡ଼ି ଘୋଷଣା ଦାବିରେ ଆଜି ରାସ୍ତାରୋକ କରାଯାଇଛି । ସକାଳୁ ଧର୍ମଗଡ଼-ସିନାପାଲି ରାସ୍ତାରେ ଚାଷୀମାନେ ନିଆଁ ଜାଳି ରାସ୍ତା ବନ୍ଦ କରିଥିଲେ । ଫଳରେ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ରାଜ୍ୟ ସରକାର ମରୁଡ଼ି ତାଲିକାରୁ ବ୍ଲକର କିଛି ପଞ୍ଚାୟତକୁ ବାଦ୍ ଦେଇଥିବା ଅଭିଯୋଗ କରି ଅଞ୍ଚଳର ଚାଷୀମାନେ ଏପରି ପ୍ରତିବାଦ କରିଛନ୍ତି। ରାଜ୍ୟ ସରକାର ଏହାର ପୁନର୍ବିଚାର କରିବା ସହ ବ୍ଲକର ସବୁ ୨୪ଟି ପଞ୍ଚାୟତକୁ ମରୁଡ଼ି ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି।

Related story