ନାତିକୁ ବିଷ ପିଆଇ ନିଜେ ପିଇଲା ଅଜା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରତରା ବାହିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଅଜା ନିଜେ ବିଷ ପିଇବା ସହିତ ୨ ବର୍ଷର ନାତିକୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଅଜା ବିମ୍ୱାଧର ନାୟକଙ୍କ ମୃତ୍ୟୁ ଘଟିଥିଲା। ମୃତ ବିମ୍ୱାଧର ତାଙ୍କର ଏକମାତ୍ର ଝିଅକୁ ବିବାହ ଦେଇଥିଲେ। ପରେ ଝିଅ ଓ ଜ୍ୱାଇଁକୁ ନିଜ ଘରେ ରଖିଥିଲେ। ହେଲେ ମଦ ପିଇବାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ […]

mohana

Rakesh Mallick
  • Published: Tuesday, 06 September 2016
  • , Updated: 06 September 2016, 10:42 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରତରା ବାହିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଅଜା ନିଜେ ବିଷ ପିଇବା ସହିତ ୨ ବର୍ଷର ନାତିକୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଅଜା ବିମ୍ୱାଧର ନାୟକଙ୍କ ମୃତ୍ୟୁ ଘଟିଥିଲା।

ମୃତ ବିମ୍ୱାଧର ତାଙ୍କର ଏକମାତ୍ର ଝିଅକୁ ବିବାହ ଦେଇଥିଲେ। ପରେ ଝିଅ ଓ ଜ୍ୱାଇଁକୁ ନିଜ ଘରେ ରଖିଥିଲେ। ହେଲେ ମଦ ପିଇବାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଗତକାଲି ବିମ୍ୱାଧର ନିଶାସକ୍ତ ଅବସ୍ଥାରେ ୨ ବର୍ଷର ନାତିକୁ ବିଷ ପିଆଇବା ସହ ନିଜେ ପିଇ ଦେଇଥିଲା। ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ବିମ୍ୱାଧରଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏବେ ମଧ୍ୟ ନାତି ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣାପଡ଼ିଛି।

Related story