କେନ୍ଦୁଝର କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା: ସ୍କୁଲର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ନିଲମ୍ୱିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ନିଲମ୍ୱିତ ହୋଇଛନ୍ତି। ପ୍ରଧାନ ଶିକ୍ଷକ ବନବିହାରୀ ସାହୁ ଓ ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ଓରାମଙ୍କୁ ଦାୟିତ୍ୱହୀନତା ପାଇଁ ଜିଲ୍ଲାପାଳ ନିଲମ୍ୱିତ କରିଛନ୍ତି। ଶୁକ୍ରବାର ଗଣେଶ ବିସର୍ଜନରୁ ଫେରିବା ସମୟରେ ଟ୍ରାକ୍ଟରରୁ ପଡ଼ି ସପ୍ତମ ଶ୍ରେଣୀ ଛାତ୍ର ନରେନ୍ଦ୍ର ପାତ୍ରଙ୍କ ମୃତ୍ୟୁ ଘଟିଥିଲା। ନରେନ୍ଦ୍ରଙ୍କ ଘର ବାଂସପାଳ ବ୍ଲକ୍ କୁମୁଣ୍ଡି ଗାଁରେ।