କେନ୍ଦୁଝର: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସବରେଜିଷ୍ଟାର ଅଫିସରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଗତକାଲି ରାତିରେ ସଟସର୍କିଟ ଯୋଗୁଁ ଅଫିସରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲାଗି ଅଫିସରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ଦମକଳ ବିଭାଗର କର୍ମଚାରୀମାନେ ଖବର ପାଇ ନିଆଁକୁ ଆୟତ କରିଥିଲେ। ଜିଲ୍ଲାପାଳ ଅଫିସ ପରିଦର୍ଶନ କରିବା ସହ ବାରାମ୍ବାର ନିଆଁ ଲାଗୁଥିବାରୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।