କନ୍ଧମାଳ: ଚୋରା ଚାଲାଣ ବେଳେ ୨୫ ଗୋରୁ ଉଦ୍ଧାର, ୫ ଜଣ ଅଟକ

କନ୍ଧମାଳ: ବୌଦ୍ଧ ଜିଲ୍ଲା ପଲାସଗୁଡାରୁ ଗୁଚ୍ଛାପଡା ରାସ୍ତା ଦେଇ ଏକ ଟ୍ରକରେ ଚୋରାଚାଲାଣ ହେଉଥିବା ୨୫ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହି ଗୋରୁ ଚୋରାଚାଲାଣରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଶିପଡା ଛକରେ ଥିବା ଫରେଷ୍ଟ ଗେଟରେ ଟ୍ରକ ସହ ୨୫ ଗୋରୁଙ୍କୁ ବନ କର୍ମଚାରୀମାନେ ସନ୍ଦେହରେ ଅଟକ ରଖିଥିଲେ । ପରେ ଏ ସଂକ୍ରାନ୍ତରେ ଫୁଲବାଣୀ ଉପ-ବନାଞ୍ଚଳ ଅଧିକାରୀ ସଦର […]

kandamala

kandamala

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 03:08 AM IST

Sports

Latest News

kandamalaକନ୍ଧମାଳ: ବୌଦ୍ଧ ଜିଲ୍ଲା ପଲାସଗୁଡାରୁ ଗୁଚ୍ଛାପଡା ରାସ୍ତା ଦେଇ ଏକ ଟ୍ରକରେ ଚୋରାଚାଲାଣ ହେଉଥିବା ୨୫ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହି ଗୋରୁ ଚୋରାଚାଲାଣରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଶିପଡା ଛକରେ ଥିବା ଫରେଷ୍ଟ ଗେଟରେ ଟ୍ରକ ସହ ୨୫ ଗୋରୁଙ୍କୁ ବନ କର୍ମଚାରୀମାନେ ସନ୍ଦେହରେ ଅଟକ ରଖିଥିଲେ । ପରେ ଏ ସଂକ୍ରାନ୍ତରେ ଫୁଲବାଣୀ ଉପ-ବନାଞ୍ଚଳ ଅଧିକାରୀ ସଦର ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିବା ସହ ଟ୍ରକକୁ ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos