କନ୍ଧମାଳ: ଘାଟିରୁ ଟ୍ରକ ଖସି ଜଣେ ମୃତ, ୪ ଆହତ

କନ୍ଧମାଳ: ଫୁଲବାଣୀରୁ ମାଧପୁର ଯାଉଥିବା ଏକ ନଳକୂପ ଖନନ ଟ୍ରକ ଖଜୁରୀପଡ଼ା ରାସ୍ତାରେ ଆଜି ଘାଟି ତଳକୁ ଖସି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ତାମିଲନାଡ଼ୁ ରାଜ୍ୟର ସାନ ମୁଖାମ। ଖବର ପାଇ ଖଜୁରୀପଡା ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଜଣେ ଶ୍ରମିକ […]

kandhamala-truck-accident

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 11:22 AM IST

କନ୍ଧମାଳ: ଫୁଲବାଣୀରୁ ମାଧପୁର ଯାଉଥିବା ଏକ ନଳକୂପ ଖନନ ଟ୍ରକ ଖଜୁରୀପଡ଼ା ରାସ୍ତାରେ ଆଜି ଘାଟି ତଳକୁ ଖସି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ତାମିଲନାଡ଼ୁ ରାଜ୍ୟର ସାନ ମୁଖାମ। ଖବର ପାଇ ଖଜୁରୀପଡା ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।

ଜଣେ ଶ୍ରମିକ କହିଛନ୍ତି, “ଟ୍ରକଟି ଘାଟିରେ ବ୍ରେକଫେଲ୍‌ ହୋଇ ଯିବାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଥିଲା।”

ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story