କନ୍ଧମାଳ:ଶଙ୍କରାଖୋଲ ପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ବିକ୍ଷୋଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ସମେତ  ୫ ଗୋଟି ଦାବିରେ  ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ  ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତର ଶତାଧିକ ଲୋକ ପ୍ଲାକାର୍ଡ ଧରି ବିଭିନ୍ନ ଦାବି ନେଇ ଶଙ୍କରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ  ପର୍ଯ୍ୟନ୍ତ ଶୋଭାଯାତ୍ରରେ ଯାଇ ବିକ୍ଷୋଭ ପ୍ରଦର୍ଶନ  କରିବା ସହ ପଞ୍ଚାୟତର ସରପଞ୍ଚଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ  ଉଦ୍ଦେଶ୍ୟରେ ୫ଦଫା ଦାବି ପତ୍ର ପ୍ରଦାନ କରିଥିଲେ।