କେନ୍ଦ୍ରାପଡା ଡିଆରଡିଏ ହଲରେ ଭିଜିଲାନ୍ସ ସମୀକ୍ଷା ବୈଠକ

କେନ୍ଦ୍ରାପଡା : ଜିଲ୍ଲା ଡିଆରଡିଏ ହଲରେ ଭିଜିଲାନ୍ସ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ବସିଥିବା ଏହି ବୈଠକରେ ବିଭିନ୍ନ ବିଭାଗ ଅଧୀନରେ ଚାଲିଥିବା କାମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରତି ୩ ମାସରେ ଥରେ ଏହି ସମୀକ୍ଷା ହୋଇଥାଏ। ବୈଠକରେ ଆରଡି, ଆର ଆଣ୍ଡ ବି, ଆରଡବ୍ଲ୍ୟୁଏସ୍ଏସ୍ ସମେତ ବିଭିନ୍ନ ବିଭାଗ ଦ୍ୱାରା ଯେଉଁ କାର୍ଯ୍ୟ ଚାଲିଛି, ତାହା କେତେ ଦିନରେ ଶେଷ ହେବ ଓ କେଉଁ ଠାରେ ନୂତନ କାର୍ଯ୍ୟ […]

baijanta panda

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 01:58 PM IST

କେନ୍ଦ୍ରାପଡା : ଜିଲ୍ଲା ଡିଆରଡିଏ ହଲରେ ଭିଜିଲାନ୍ସ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ବସିଥିବା ଏହି ବୈଠକରେ ବିଭିନ୍ନ ବିଭାଗ ଅଧୀନରେ ଚାଲିଥିବା କାମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରତି ୩ ମାସରେ ଥରେ ଏହି ସମୀକ୍ଷା ହୋଇଥାଏ। ବୈଠକରେ ଆରଡି, ଆର ଆଣ୍ଡ ବି, ଆରଡବ୍ଲ୍ୟୁଏସ୍ଏସ୍ ସମେତ ବିଭିନ୍ନ ବିଭାଗ ଦ୍ୱାରା ଯେଉଁ କାର୍ଯ୍ୟ ଚାଲିଛି, ତାହା କେତେ ଦିନରେ ଶେଷ ହେବ ଓ କେଉଁ ଠାରେ ନୂତନ କାର୍ଯ୍ୟ ହେବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।

Related story