କେନ୍ଦ୍ରାପଡ଼ା: ସର୍ବଶିକ୍ଷା ଅଭିଯାନ ଯୋଜନା ବାବଦ ଅର୍ଥ ବ୍ୟୟବରାଦ ଓ ଖର୍ଚ୍ଚ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଲା ଭିଜିଲାନ୍ସ ମନିଟରିଂ କମିଟି ବୈଠକ

କେନ୍ଦ୍ରାପଡ଼ା: ସର୍ବଶିକ୍ଷା ଅଭିଯାନ ଯୋଜନା ବାବଦ ଅର୍ଥ ବ୍ୟୟବରାଦ ଓ ଖର୍ଚ୍ଚ ନେଇ ଶୁକ୍ରବାର କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ପଣ୍ଡା ସ୍ୱଚ୍ଛ ଭାରତ ଅଭିଯାନରେ ବିଦ୍ୟାଳୟରେ ଶୌଚାଳୟ, ନୂତନ ସ୍କୁଲ ଗୃହ ନିର୍ମାଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଜିଲ୍ଲାର ବିଦ୍ୟୁତକରଣ ଯୋଜନାଗୁଡିକର କାର୍ଯ୍ୟକାରିତା ଉପରେ ମଧ୍ୟ ସେ ସମୀକ୍ଷା କରିଥିଲେ। ରାଜୀବଗାନ୍ଧି ବିଦ୍ୟୁତ କରଣ ଯୋଜନରେ ପ୍ରତି ବିପିଏଲ ପରିବାର […]

kendrapda

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 01:41 PM IST

କେନ୍ଦ୍ରାପଡ଼ା: ସର୍ବଶିକ୍ଷା ଅଭିଯାନ ଯୋଜନା ବାବଦ ଅର୍ଥ ବ୍ୟୟବରାଦ ଓ ଖର୍ଚ୍ଚ ନେଇ ଶୁକ୍ରବାର କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ପଣ୍ଡା ସ୍ୱଚ୍ଛ ଭାରତ ଅଭିଯାନରେ ବିଦ୍ୟାଳୟରେ ଶୌଚାଳୟ, ନୂତନ ସ୍କୁଲ ଗୃହ ନିର୍ମାଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଜିଲ୍ଲାର ବିଦ୍ୟୁତକରଣ ଯୋଜନାଗୁଡିକର କାର୍ଯ୍ୟକାରିତା ଉପରେ ମଧ୍ୟ ସେ ସମୀକ୍ଷା କରିଥିଲେ। ରାଜୀବଗାନ୍ଧି ବିଦ୍ୟୁତ କରଣ ଯୋଜନରେ ପ୍ରତି ବିପିଏଲ ପରିବାର ଉପକୃତ ହେଉଛନ୍ତି କି ନାହିଁ ସେ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ବୈଠକରେ ରାଜନଗର ବିଧାୟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକର ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟମାନେ ଉପସ୍ଥିତ ଥିଲେ।

Related story