କେନ୍ଦୁଝର: ସ୍ପଞ୍ଜ ଆଇରନ୍ କାରଖାନାରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଜଣେ ଆହତ

କେନ୍ଦୁଝର: କେନ୍ଦୁଝର ହଳଦିଆଗୁଣାଠାରେ ଥିବା ଏମ୍‌ଏସ୍‌ପି ସ୍ପଞ୍ଜ ଆଇରନ୍ କାରଖାନାରେ ବୁଧବାର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ଶ୍ରମିକ ଆହତ ହୋଇଛନ୍ତି। ତାଙ୍କ ନାଁ ଧନେଶ୍ୱର ମହାନ୍ତ। ତାଙ୍କ ଘର ଝୁମ୍ପୁରା ବ୍ଲକ ରାଇକଳା ଗାଁରେ। ଗୁରୁତର ଭାବେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଠିକା କାମ ଭାବେ କାମ କରୁଥିବା ଧନେଶ୍ୱର ଏକ ଅକ୍ସିଜେନ୍ ସିଲିଣ୍ଡରକୁ ଟ୍ରଲି ଯୋଗେ ସ୍ଥାନାନ୍ତର କରୁଥିବା ବେଳେ ସେଥିରେ ବିସ୍ଫୋରଣ ଘଟିଥିଲା। କାରଖାନାରେ ଶ୍ରମିକଙ୍କ […]

plant-gascylinder

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 03:03 AM IST

କେନ୍ଦୁଝର: କେନ୍ଦୁଝର ହଳଦିଆଗୁଣାଠାରେ ଥିବା ଏମ୍‌ଏସ୍‌ପି ସ୍ପଞ୍ଜ ଆଇରନ୍ କାରଖାନାରେ ବୁଧବାର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ଶ୍ରମିକ ଆହତ ହୋଇଛନ୍ତି। ତାଙ୍କ ନାଁ ଧନେଶ୍ୱର ମହାନ୍ତ। ତାଙ୍କ ଘର ଝୁମ୍ପୁରା ବ୍ଲକ ରାଇକଳା ଗାଁରେ। ଗୁରୁତର ଭାବେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଠିକା କାମ ଭାବେ କାମ କରୁଥିବା ଧନେଶ୍ୱର ଏକ ଅକ୍ସିଜେନ୍ ସିଲିଣ୍ଡରକୁ ଟ୍ରଲି ଯୋଗେ ସ୍ଥାନାନ୍ତର କରୁଥିବା ବେଳେ ସେଥିରେ ବିସ୍ଫୋରଣ ଘଟିଥିଲା।

କାରଖାନାରେ ଶ୍ରମିକଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ଧନେଶ୍ୱରଙ୍କ ଭାଇ ଅଭିଯୋଗ କରିଛନ୍ତି।

ପୂର୍ବରୁ ଏହି କାରଖାନାରେ ଏକାଧିକ ଥର ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Related story