୬ ଦଫା ଦାବିରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା

କେନ୍ଦୁଝର: ୬ଦଫା ଦାବି ନେଇ କେନ୍ଦୁଝର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପ୍ରଥମ ଦିନରେ ଆଜି ୫୦୦ରୁ ଅଧିକ ଲୋକ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କମିଟିର ଦାବିଗୁଡିକ ମଧ୍ୟରେ ରହିଛି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ରାଜ୍ୟରେ ଦ୍ୱିତୀୟ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା, ଜିଲ୍ଲାର ଦୁଇ […]

kendujhar

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 08:32 PM IST

କେନ୍ଦୁଝର: ୬ଦଫା ଦାବି ନେଇ କେନ୍ଦୁଝର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପ୍ରଥମ ଦିନରେ ଆଜି ୫୦୦ରୁ ଅଧିକ ଲୋକ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

କମିଟିର ଦାବିଗୁଡିକ ମଧ୍ୟରେ ରହିଛି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ରାଜ୍ୟରେ ଦ୍ୱିତୀୟ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା, ଜିଲ୍ଲାର ଦୁଇ ପ୍ରମୁଖ ଉପଖଣ୍ଡ ଚମ୍ପୁଆ ଏବଂ ଆନନ୍ଦପୁରକୁ ରେଳ ସଂଯୋଗ କରିବା, ଜିଲ୍ଲାରେ କୃଷକମାନଙ୍କର ବିକାଶ ପାଇଁ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା। ଦାବି ପୂରଣ ନ ହେଲେ ୨୮ ତାରିଖ ଦିନ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ଧମକ ଦେଇଛି।

ଆଜିର ଏହି ଧାରଣରେ କମିଟିର ଆବାହକ ରୁଦ୍ର ନାରାୟଣ ମହାନ୍ତ, କମିଟିର ସଦସ୍ୟ ଗିରିଜା ମିଶ୍ର ଓ ସଞ୍ଜୀବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related story