କେନ୍ଦୁଝର: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ, ଜଣେ ଗୁରୁତର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ କପାସପଡ଼ା ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତିନି  ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଟିକିରା ଗାଁର କୁଶ ନାଇକ, ଗୁରୁଚରଣ ନାଇକ ଓ ପଲ୍ଲାଣ ଗାଁର ରଘୁ ମହାରଣା।

ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ନବ ନାଇକ। ସେ ପଲ୍ଲାଣ ଗାଁର।