ଖୋର୍ଦ୍ଧା: ହାତୀ ଉଜାଡି ଦେଉଛନ୍ତି ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା:ଖୋର୍ଦ୍ଧାର ଏକର ଏକର ଧାନ ଫସଲ ଉଜାଡି ଦେଇଛନ୍ତି ହାତୀପଲ। ଜିଲ୍ଲାର କାଇପଦର, ଦେଉଳଟାଙ୍ଗୀ, ଜରିପୁଟ, ଦଲକ, ହଜ ଓ ସିକୋ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଚାଷୀ। ମରୁଡି ମୁହଁରୁ ବଞ୍ଚିଥିବା ଧାନ ଫସଲ ହାତୀ ପାଦତଳେ ଉଜୁଡିବା ଘଟଣା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ବନ ବିଭାଗ ହାତୀ ଘଉଡାଇବା ପାଇଁ କୌଣସି ପ୍ରକାର ସହଯୋଗ କରୁ ନ ଥିବା ଚାଷୀ କେଶବ ସୁନ୍ଦରରାୟ ଓ ନୀଳମଣି ଜୁଝାର ସିଂ […]

corp-dammaged-in-khorda-for-elephant

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 04:00 PM IST

ଖୋର୍ଦ୍ଧା:ଖୋର୍ଦ୍ଧାର ଏକର ଏକର ଧାନ ଫସଲ ଉଜାଡି ଦେଇଛନ୍ତି ହାତୀପଲ। ଜିଲ୍ଲାର କାଇପଦର, ଦେଉଳଟାଙ୍ଗୀ, ଜରିପୁଟ, ଦଲକ, ହଜ ଓ ସିକୋ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଚାଷୀ। ମରୁଡି ମୁହଁରୁ ବଞ୍ଚିଥିବା ଧାନ ଫସଲ ହାତୀ ପାଦତଳେ ଉଜୁଡିବା ଘଟଣା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ବନ ବିଭାଗ ହାତୀ ଘଉଡାଇବା ପାଇଁ କୌଣସି ପ୍ରକାର ସହଯୋଗ କରୁ ନ ଥିବା ଚାଷୀ କେଶବ ସୁନ୍ଦରରାୟ ଓ ନୀଳମଣି ଜୁଝାର ସିଂ ଅଭିଯୋଗ କରିଛନ୍ତି।

ଗତ କିଛି ଦିନ ହେଲା ଖୋର୍ଦ୍ଧା ଡିଭିଜନରେ ୨୨ରୁ୨୫ ଗୋଟି ହାତୀ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି ବୋଲି ଖୋର୍ଦ୍ଧା ବନ ବିଭାଗର ରେଞ୍ଜ ଅଫିସର ଦିଲୀପ କୁମାର ରାଉତ ସୂଚନା ଦେଇଛନ୍ତି। ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ଲୋକଙ୍କ ସହଯୋଗ ଲୋଡିଛି ବୋଲି ସେ କହିଛନ୍ତି।

Related story