ପୁରୀ: ନବକଳେବର ଲାଗି ପୁରୀ ସହରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନୟନ କାର୍ଯ୍ୟ କରାଗଲା । ତେବେ ଏହି କାମର ମାନ କେତେ ଭଲ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ନବକଳେବର ପୂର୍ବରୁ ରାସ୍ତା ଦବି ଯିବା ଦେଖିବାକୁ ମିଳିଥିଲା । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନେଜ ବ୍ୟବସ୍ଥା କରାଗଲା । ହେଲା ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଆଜି ଲଘୁଚାପ ଜନିତ ବର୍ଷାରେ ପୁରୀ ବଡଦାଣ୍ଡ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଇଛି । ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ମାରୁଥିଲା । ମାର୍କେଟ୍ ଛକଠାରୁ ବଳଗଣ୍ଡି ଛକ ଯାଏଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ଥିବା ଡ୍ରେନରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ନାକେଦମ୍ ହେବାକୁ ପଡିଥିଲା। ନବକଳେବର ପାଇଁ ନିକଟରେ ଡ୍ରେନେଜ୍ କାମ ହୋଇଥିଲା। ତେବେ ମାତ୍ର ଦିନ କେଇଟା ପରେ ପୁଣି ଏମିତି ଅବସ୍ଥା ସୃଷ୍ଟି ହେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜସ୍ୱ ବିଭାଗର ଚେତାବନୀ: ହ୍ରାସପାଇଲାଣି ସରକାରୀ ଜମି, ଆଉ ମନଇଚ୍ଛା ପ୍ରସ୍ତାବ ଦିଅନି
ଆଉ ମନଇଚ୍ଛା ଜମି ହସ୍ତାନ୍ତର ପାଇଁ ପ୍ରସ୍ତାବ ନଦେଇ ବାସ୍ତବରେ ଆବଶ୍ୟକ ହେଉଥିବା ଜମିର ବିବେକାନୁମୋଦିତ ସଠିକ୍ ଆକଳନ କରାଯାଉ।
Politics
ମୋତେ ମାରି ଉପନିର୍ବାଚନ କରିବାକୁ ଯୋଜନା ରଖିଥିଲେ; କାହା ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ
ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍ କରିଦିଅ କହିଥିଲେ। ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍ ପାଇଁ କହିବେ।
Health
୨୪ଘଣ୍ଟା ଖୋଲା ରହିବ ‘ନିରାମୟ’ ମେଡିସିନ୍ ଷ୍ଟୋର, ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସମସ୍ତ ‘ନିରାମୟ’ ମେଡିସିନ୍ ଷ୍ଟୋରରେ ଔଷଧ ଯୋଗାଉଛନ୍ତି। କିନ୍ତୁ ଏହି ନିରାମୟ କେନ୍ଦ୍ରଗୁଡ଼ିକ ରାତିରେ ବନ୍ଦ ରହୁଥିବା ଓ ଆବଶ୍ୟକ ଔଷଧ ନଥିବା ଯୋଗୁ ରୋଗୀଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
Events & Festivals
ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଗଢ଼ିଲେ କମିଟି: ଅମିତ୍ ଶାହ ଅଧ୍ୟକ୍ଷ, ୨୩ଜଣ ସଦସ୍ୟ
ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
Miscellaneous
ଦୁଇରୁ ଅଧିକ ସନ୍ତାନ ଥିବାରୁ ଗଲା ସମବାୟ ସଭାପତି ପଦ
ଦୁଇରୁ ଅଧିକ ପିଲା ଥିବାରୁ ବାପୁଜୀ ନଗର କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ତାଙ୍କର ଦୁଇରୁ ଅଧିକ ପିଲା ଥିବାନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ବାଜିଥିଲା ଖବର।