ରାଉରକେଲା: ଲିବ୍ୟାରେ ଅପହୃତ ଓଡ଼ିଆ କର୍ମଚାରୀ ପ୍ରଭାସ ସାମଲଙ୍କ ମାମଲା ଏବେ ବି ରହସ୍ୟ ଘେରରେ ରହିଛି। ଗତ ଗୁରୁବାର ଦିନ ପ୍ରଭାସ ରାଉରକେଲାସ୍ଥିତ ତାଙ୍କ ଭାଉଜଙ୍କୁ ନିକଟକୁ ଫୋନ୍ କରିଥିଲେ। ଅପହର୍ତ୍ତାମାନେ ତାଙ୍କୁ ମୁକ୍ତ କରିଥିବା ଜଣାଇ ସେ ଫୋନ କରି କହିଥିଲେ। ଫୋନ କରିବାର ୪୮ ଘଣ୍ଟା ପରେ ବି ପ୍ରଭାସଙ୍କ ମୁକ୍ତି ସଂପର୍କରେ ବୈଦେଶିକ ମନ୍ତ୍ରାଳୟ ତରଫରୁ କିଛି ସ୍ପଷ୍ଟ କରାଯାଇନାହିଁ। ସେପଟେ ଏହା ଭିତରେ ପ୍ରଭାସ ବି ପରିବାର ଲୋକଙ୍କୁ ଆଉ ଫେ।ନ୍ କରିନାହାନ୍ତି କି ସେ ଯେଉଁ ନମ୍ୱରରୁ ଫେ।ନ୍ କରିଥିଲେ ସେହି ନମ୍ୱର ମଧ୍ୟ ଲାଗୁନାହିଁ। ତେଣୁ ଦୁଶ୍ଚିନ୍ତାରେ ଥିବା ପରିବାର ଲୋକେ ପ୍ରଭାସଙ୍କ ଖୋଜ ଖବର ନେଇ ଜଣାଇବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଲିବ୍ୟାର ସିର୍ତେ ସହରର ଏକ ହସ୍ପିଟାଲରେ ପ୍ରଭାସ ଟେକ୍ନିସିଆନ୍ ଭାବେ କାମ କରୁଥିଲେ। ତେବେ ପ୍ରଭାସ ଓ ଅନ୍ୟ ଜଣେ ଭାରତୀୟ ଆନ୍ଧ୍ରପ୍ରଦେଶର ରାମମୂର୍ତ୍ତି କୋସନମଙ୍କୁ ସନ୍ଦିଗ୍ଧ ଆଇଏସ୍ଆଇଏସ୍ ଆତଙ୍କବାଦୀ ଅପହରଣ କରିନେଇଥିବା ଗତ ବୁଧବାର ଦିନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜସ୍ୱ ବିଭାଗର ଚେତାବନୀ: ହ୍ରାସପାଇଲାଣି ସରକାରୀ ଜମି, ଆଉ ମନଇଚ୍ଛା ପ୍ରସ୍ତାବ ଦିଅନି
ଆଉ ମନଇଚ୍ଛା ଜମି ହସ୍ତାନ୍ତର ପାଇଁ ପ୍ରସ୍ତାବ ନଦେଇ ବାସ୍ତବରେ ଆବଶ୍ୟକ ହେଉଥିବା ଜମିର ବିବେକାନୁମୋଦିତ ସଠିକ୍ ଆକଳନ କରାଯାଉ।
Politics
ମୋତେ ମାରି ଉପନିର୍ବାଚନ କରିବାକୁ ଯୋଜନା ରଖିଥିଲେ; କାହା ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ
ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍ କରିଦିଅ କହିଥିଲେ। ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍ ପାଇଁ କହିବେ।
Health
୨୪ଘଣ୍ଟା ଖୋଲା ରହିବ ‘ନିରାମୟ’ ମେଡିସିନ୍ ଷ୍ଟୋର, ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସମସ୍ତ ‘ନିରାମୟ’ ମେଡିସିନ୍ ଷ୍ଟୋରରେ ଔଷଧ ଯୋଗାଉଛନ୍ତି। କିନ୍ତୁ ଏହି ନିରାମୟ କେନ୍ଦ୍ରଗୁଡ଼ିକ ରାତିରେ ବନ୍ଦ ରହୁଥିବା ଓ ଆବଶ୍ୟକ ଔଷଧ ନଥିବା ଯୋଗୁ ରୋଗୀଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
Events & Festivals
ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଗଢ଼ିଲେ କମିଟି: ଅମିତ୍ ଶାହ ଅଧ୍ୟକ୍ଷ, ୨୩ଜଣ ସଦସ୍ୟ
ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
Miscellaneous
ଦୁଇରୁ ଅଧିକ ସନ୍ତାନ ଥିବାରୁ ଗଲା ସମବାୟ ସଭାପତି ପଦ
ଦୁଇରୁ ଅଧିକ ପିଲା ଥିବାରୁ ବାପୁଜୀ ନଗର କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ତାଙ୍କର ଦୁଇରୁ ଅଧିକ ପିଲା ଥିବାନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ବାଜିଥିଲା ଖବର।