ଲୋକଙ୍କ ବିଶ୍ୱାସଭଜନ ହେବାକୁ ମାଓ ଉପଦ୍ରୁତ ଛତିଶଗଡରେ ପୋଲିସ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓ ଦମନ ପାଇଁ ପୋଲିସ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ସାହାରା ନିଆଯାଉଛି। ଲୋକଙ୍କ ନିକଟତର ହେବା ପାଇଁ ଆଗରୁ ମାଓବାଦୀ ପୂର୍ବରୁ ଏପରି କରୁଥିଲେ । ଏବେ ପୋଲସି ବି ସେହି ପଥରେ ଲୋକଙ୍କ ବିଶ୍ୱାସଭଜନ ହେବାକୁ ଚେଷ୍ଟା କରୁଛି। ମାଓବାଦୀ ଅଧ୍ୟୁଷିତ ସୁକମା ଜିଲ୍ଲାରେ ପାରମ୍ପାରିକ ବେଶଭୂଷାରେ ପୋଲିସ ଅଧିକାରୀମାନେ ବାଦ୍ୟଯନ୍ତ୍ରର ତାଳେ ତଳେ ନାଚି ନାଚି ଲୋକଙ୍କୁ ସରକାରୀ ସୁବିଧା ସମ୍ପର୍କରେ କହୁଛନ୍ତି। ଏହାସହ ମାଓବାଦୀଙ୍କ ବର୍ବରତା […]

malkangiri

Rakesh Mallick
  • Published: Tuesday, 24 November 2015
  • , Updated: 24 November 2015, 02:58 PM IST

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓ ଦମନ ପାଇଁ ପୋଲିସ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ସାହାରା ନିଆଯାଉଛି। ଲୋକଙ୍କ ନିକଟତର ହେବା ପାଇଁ ଆଗରୁ ମାଓବାଦୀ ପୂର୍ବରୁ ଏପରି କରୁଥିଲେ । ଏବେ ପୋଲସି ବି ସେହି ପଥରେ ଲୋକଙ୍କ ବିଶ୍ୱାସଭଜନ ହେବାକୁ ଚେଷ୍ଟା କରୁଛି।

ମାଓବାଦୀ ଅଧ୍ୟୁଷିତ ସୁକମା ଜିଲ୍ଲାରେ ପାରମ୍ପାରିକ ବେଶଭୂଷାରେ ପୋଲିସ ଅଧିକାରୀମାନେ ବାଦ୍ୟଯନ୍ତ୍ରର ତାଳେ ତଳେ ନାଚି ନାଚି ଲୋକଙ୍କୁ ସରକାରୀ ସୁବିଧା ସମ୍ପର୍କରେ କହୁଛନ୍ତି। ଏହାସହ ମାଓବାଦୀଙ୍କ ବର୍ବରତା ବିଷୟରେ ଚାଷୀଙ୍କୁ ଅବଗତ କରାଯାଉଛି। ବିଭିନ୍ନ ହାଟ, ଛକ ଓ ଗାଁରେ ଏଭଳି ପୋଲିସର ନାଟ୍ୟ ମଣ୍ଡଳୀ ପକ୍ଷରୁ ଏଭଳି ପ୍ରଦର୍ଶନ କରାଯାଉଛି। ଏ ନେଇ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର କହିଛନ୍ତି ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପୋଲିସ ସାଧାରଣ ଲୋକଙ୍କ ନିକଟତର ହୋଇପାରିବେ। ଏହା ପୋଲିସକୁ ଗୁଇନ୍ଦା ସୂଚନା ସଂଗ୍ରହରେ ସହାୟକ ହେବ।

Related story