ଆସ୍କା: ମଧ୍ୟାହ୍ନ ଭୋଜନ ଖାଇ ୭୬ ଛାତ୍ରଛାତ୍ରୀ ଅସୁସ୍ଥ,ଭାତରେ ଝିଟିପିଟି ପଡ଼ିଥିବା ଅଭିଯୋଗ

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକର ଖଣ୍ଡଦେଉଳି ପଂଚାୟତର ସମାଇଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୭୬ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୨୦ ଜଣଙ୍କ ଅବସ୍ଥା ଟିକେ ଗୁରୁତର ରହିଥିବା ଜଣାପଡ଼ିଛି। ଆଜି ସ୍କୁଲରେ ମଧ୍ୟାହ୍ନ ଭୋଜନ କରିଥିଲେ ଉପସ୍ଥିତ ୧୦୪ ଜଣ ଛାତ୍ରଛାତ୍ରୀ। ଖାଇବା ପରେ ଅଧିକାଂଶ ପିଲାଙ୍କର ବାନ୍ତି ହୋଇଥିଲା। ମୁଣ୍ଡ ବି ବୁଲାଇ ଥିଲା। ଏଣୁ ଏହାର କାରଣ ଖୋଜିଥିଲେ […]

aska

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 03:01 PM IST

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକର ଖଣ୍ଡଦେଉଳି ପଂଚାୟତର ସମାଇଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୭୬ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୨୦ ଜଣଙ୍କ ଅବସ୍ଥା ଟିକେ ଗୁରୁତର ରହିଥିବା ଜଣାପଡ଼ିଛି।

ଆଜି ସ୍କୁଲରେ ମଧ୍ୟାହ୍ନ ଭୋଜନ କରିଥିଲେ ଉପସ୍ଥିତ ୧୦୪ ଜଣ ଛାତ୍ରଛାତ୍ରୀ। ଖାଇବା ପରେ ଅଧିକାଂଶ ପିଲାଙ୍କର ବାନ୍ତି ହୋଇଥିଲା। ମୁଣ୍ଡ ବି ବୁଲାଇ ଥିଲା। ଏଣୁ ଏହାର କାରଣ ଖୋଜିଥିଲେ ଶିକ୍ଷକଶିକ୍ଷୟିତ୍ରୀ। ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଛାତ୍ରଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଆସ୍କା ବ୍ଲକ୍ ଶିକ୍ଷା ଅଧିକାରୀ ବିନିତା ପଲେଇ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story