ମହାଙ୍ଗାରେ ନିର୍ମାଣଧୀନ ବୁଲେଟ୍‌ ପ୍ରୁଫ୍‌ ମ୍ୟୁଜିୟମ୍‌ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ବୈଜୟନ୍ତ

କଟକ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କଟକ ଜିଲ୍ଲା ମହାଙ୍ଗା ବ୍ଲକ୍‌ରେ ନିର୍ମାଣଧୀନ ବୁଲେଟ୍‌ ପ୍ରୁଫ୍ ମ୍ୟୁଜିୟମ୍‌ର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏଥିରେ ଲଳିତଗିରିରୁ ଆବିଷ୍କୃତ ଭଗବାନ ବୁଦ୍ଧଙ୍କ ଅସ୍ଥି ରଖିବାର ବ୍ୟବସ୍ଥା କରାଯାଇଛି। ୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହାର ନିର୍ମାଣ କରାଯାଉଛି। ଏଥିପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଶୀଘ୍ର ବଳକା ଅର୍ଥ ମଞ୍ଜୁର କରିବାର ବ୍ୟବସ୍ଥା କରାଯିବ ବୋଲି ସାଂସଦ […]

ctc

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 10:03 AM IST

କଟକ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କଟକ ଜିଲ୍ଲା ମହାଙ୍ଗା ବ୍ଲକ୍‌ରେ ନିର୍ମାଣଧୀନ ବୁଲେଟ୍‌ ପ୍ରୁଫ୍ ମ୍ୟୁଜିୟମ୍‌ର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏଥିରେ ଲଳିତଗିରିରୁ ଆବିଷ୍କୃତ ଭଗବାନ ବୁଦ୍ଧଙ୍କ ଅସ୍ଥି ରଖିବାର ବ୍ୟବସ୍ଥା କରାଯାଇଛି। ୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହାର ନିର୍ମାଣ କରାଯାଉଛି। ଏଥିପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଶୀଘ୍ର ବଳକା ଅର୍ଥ ମଞ୍ଜୁର କରିବାର ବ୍ୟବସ୍ଥା କରାଯିବ ବୋଲି ସାଂସଦ ପଣ୍ଡା କହିଛନ୍ତି।

Related story