ମାଲକାନଗିରି: ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଉପକାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ରିଷ୍ଣା ଗୋଲଦାର। ତାଙ୍କ ଘର ଏମ୍‌ଭି-୭୨ରେ। ହୃଦଘାତ ହେବାରୁ ଆଜି ସକାଳେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଗତ ୧୫ ଦିନ ତଳେ ଏମ୍‌ପିଭି-୧୨୬ ଘାଟି ସ୍କୁଲ୍‌ ଛାତ୍ରଙ୍କୁ ଅଟୋରେ ଆଣୁଥିବା ସମୟରେ ସେ ଦୁର୍ଘଟଣା କରିଥିଲେ। ଏହି ଘଟଣାରେ କାଲିମେଳା ପୋଲିସ୍‌ […]

death

Rakesh Mallick
  • Published: Sunday, 04 September 2016
  • , Updated: 04 September 2016, 12:28 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ଉପକାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ରିଷ୍ଣା ଗୋଲଦାର। ତାଙ୍କ ଘର ଏମ୍‌ଭି-୭୨ରେ।

ହୃଦଘାତ ହେବାରୁ ଆଜି ସକାଳେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।

ଗତ ୧୫ ଦିନ ତଳେ ଏମ୍‌ପିଭି-୧୨୬ ଘାଟି ସ୍କୁଲ୍‌ ଛାତ୍ରଙ୍କୁ ଅଟୋରେ ଆଣୁଥିବା ସମୟରେ ସେ ଦୁର୍ଘଟଣା କରିଥିଲେ। ଏହି ଘଟଣାରେ କାଲିମେଳା ପୋଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା।

Related story