ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିରାମୟ କାଉଣ୍ଟରରେ ନାହିଁ ଆବଶ୍ୟକ ଔଷଧ

ମାଲକାନଗିରି: ଗରିବ ରୋଗୀଙ୍କ ସୁବିଧା ପାଇଁ ସରକାର କରିଛନ୍ତି ନିରାମୟ ଯୋଜନା। ହେଲେ ମାଲକାନଗିରିରେ ଏହି ଯୋଜନା ଫେଲ୍ ମାରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିରାମୟ କାଉଣ୍ଟରରେ ଅତ୍ୟାବଶ୍ୟକ ମେଡିସିନର ପ୍ରାୟ ୬୦ ପ୍ରତିଶତ ଔଷଧ ରୋଗୀଙ୍କୁ ମିଳୁନାହିଁ। ଏଠାରେ ୪୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଥିବାର ବ୍ୟବସ୍ଥା ଥିବା ବେଳେ ଅଛି ମାତ୍ର ୧୮୦ ପ୍ରକାରର। ପୁଣି ଯେତିକି ଔଷଧ ଅଛି ତାହାର ପରିମାଣ ବି ଖୁବ୍ କମ୍। ଯେଉଁ ଔଷଧ ବେଶି […]

malkangiri

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 07:24 AM IST

ମାଲକାନଗିରି: ଗରିବ ରୋଗୀଙ୍କ ସୁବିଧା ପାଇଁ ସରକାର କରିଛନ୍ତି ନିରାମୟ ଯୋଜନା। ହେଲେ ମାଲକାନଗିରିରେ ଏହି ଯୋଜନା ଫେଲ୍ ମାରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିରାମୟ କାଉଣ୍ଟରରେ ଅତ୍ୟାବଶ୍ୟକ ମେଡିସିନର ପ୍ରାୟ ୬୦ ପ୍ରତିଶତ ଔଷଧ ରୋଗୀଙ୍କୁ ମିଳୁନାହିଁ। ଏଠାରେ ୪୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଥିବାର ବ୍ୟବସ୍ଥା ଥିବା ବେଳେ ଅଛି ମାତ୍ର ୧୮୦ ପ୍ରକାରର। ପୁଣି ଯେତିକି ଔଷଧ ଅଛି ତାହାର ପରିମାଣ ବି ଖୁବ୍ କମ୍। ଯେଉଁ ଔଷଧ ବେଶି ଦରକାର ସେଗୁଡ଼ିକ ନାହିଁ। ଫଳରେ ରୋଗୀମାନେ ବାଧ୍ୟ ହୋଇ ଦୋକାନରୁ ଔଷଧ କିଣନ୍ତି। ଗଣେଶ ମଣ୍ଡଳ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ସେ ତାଙ୍କର ଜଣେ ସଂପର୍କୀୟଙ୍କୁ ନେଇ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତେବେ ଡାକ୍ତର ଲେଖିବା ଔଷଧଗୁଡ଼ିକ ମଧ୍ୟରୁ ଅଧା ମିଳିଲା ନାହିଁ। ସବୁ ପ୍ରକାର ଔଷଧ ମିଳୁଛି ବୋଲି ଲେଖାଥିଲେ ମଧ୍ୟ ଅଧାରୁ ଅଧିକ ଔଷକ୍ଷ ଉପଲବ୍ଧ ହେଉ ନାହିଁ। ଏଣୁ ତାଙ୍କ ଭଳି ଗରିବ ଲୋକେ ଭାରି ହଇରାଣ ହେଉଛନ୍ତି।

ଡାକ୍ତରଖାନାର ଔଷଧ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀ ତପନ ରଥ କହିଛନ୍ତି ଯେ ପ୍ରାୟ ୧୦ ମାସ ହେବ ଔଷଧ ଯୋଗାଇ ଦିଆଯାଇ ନାହିଁ। ସାଧାରଣତଃ ୪୦୦ ପ୍ରକାର ଔଷଧ ଉପଲବ୍ଧ ରୁହେ। କିନ୍ତୁ ଚଳିତ ବର୍ଷ ଏଯାଏଁ ଆବଶ୍ୟକ ସବୁ ଔଷଧ ଯୋଗାଇ ଦିଆଯାଇ ନାହିଁ। ଏବେ ମାତ୍ର ୧୮୦ ପ୍ରକାର ଷ୍ଟକ୍ ରହିଛି। ବର୍ତ୍ତମାନ ଅନେକ ସାଧାରଣ ଔଷଧ ବି ଉପଲବ୍ଧ ନାହିଁ।

ଅନ୍ୟପକ୍ଷରେ ସିଡିଏମଓ କହିଛନ୍ତି ଯେ ଔଷଧ ତାଲିକା ପଠାଯାଇଥିଲା। କିନ୍ତୁ ସବୁ ଔଷଧ ଆସିନି।  ଯାହା ଅଛି ତାହାକୁ ବ୍ୟବହାର କରାଯାଉଛି। ରୋଗୀଙ୍କୁ ବାହାରୁ କିଣିବା ଭଳି ଔଷଧ ଲେଖାଯାଉ ନାହିଁ। କେତେବେଳେ କେମିତି ଗୋଟେ ଅଧେ ଔଷଧ ରୋଗୀଙ୍କୁ ବାହାରୁ କିଣିବାକୁ ପଡୁଥିବ।

Related story