ମରାମତି ଦାବିରେ ରାଜକନିକା-ଗୁଆଳିଗାଁ ରାସ୍ତା ଅବରୋଧ

ଆଳି: କଟକ-ଚାନ୍ଦବାଲି ରାସ୍ତାର ଆଳି ଚମାରକଟି ଠାରୁ ରାଜକନିକା-ଗୁଆଳିଗାଁ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବିରେ ଗଞ୍ଜାଘାଟଠାରେ  ସ୍ଥାନୀୟ ଲୋକେ ଗୁରୁବାର ରାସ୍ତାରୋକ  କରିଥିଲେ। ଆଜି ସକାଳେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ନେତୃତରେ ଶତାଧିକ ଲୋକ ଏକାଠି ହୋଇ ଗଞ୍ଜାଘାଟଠାରେ ରାସ୍ତାରେ ଧାରଣା ଦେଇ ଅବରୋଧ କରିଥିଲେ। ରାସ୍ତାରୋକ ଯୋଗୁଁ ଉଭୟ ପାଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା ।  ରାସ୍ତାଟି ଖାଲଖମା ପୂର୍ଣ୍ଣ ହୋଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ରାସ୍ତା ମରାମତି ଲାଗି ସ୍ଥାନୀୟ […]

alu

Rakesh Mallick
  • Published: Thursday, 25 February 2016
  • , Updated: 25 February 2016, 10:03 AM IST

ଆଳି: କଟକ-ଚାନ୍ଦବାଲି ରାସ୍ତାର ଆଳି ଚମାରକଟି ଠାରୁ ରାଜକନିକା-ଗୁଆଳିଗାଁ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବିରେ ଗଞ୍ଜାଘାଟଠାରେ  ସ୍ଥାନୀୟ ଲୋକେ ଗୁରୁବାର ରାସ୍ତାରୋକ  କରିଥିଲେ। ଆଜି ସକାଳେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ନେତୃତରେ ଶତାଧିକ ଲୋକ ଏକାଠି ହୋଇ ଗଞ୍ଜାଘାଟଠାରେ ରାସ୍ତାରେ ଧାରଣା ଦେଇ ଅବରୋଧ କରିଥିଲେ। ରାସ୍ତାରୋକ ଯୋଗୁଁ ଉଭୟ ପାଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା ।

 ରାସ୍ତାଟି ଖାଲଖମା ପୂର୍ଣ୍ଣ ହୋଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ରାସ୍ତା ମରାମତି ଲାଗି ସ୍ଥାନୀୟ ଲୋକେ ଏକାଧିକ ଥର ଦାବି କରୁଥିଲେ ମଧ୍ୟ କିଛି ଲଶଭ ହେଉ ନ ଥିବା ଅଭିଯୋଗ କରାଯାଇ ଏହି ରାସ୍ତାରୋକ କରାଯାଇଥିଲା।

Related story