ମାରଣାସ୍ତ୍ର ଦେଖାଇ ଲୁଟ୍ ଉଦ୍ୟମ, ଦୁଇ ଲୁଟେରା ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାସ୍ତାର ଡୁଡୁକାଶିରା ଗାଁ ନିକଟରେ ଦୁଇଜଣ ବାଇକ ଆରହୀଙ୍କୁ ଲୁଟ କରି ଫେରାର ହୋଇଯାଉଥିବା ଦୁଇଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବିଭୂତି ପଡାର ରାଜୁ ସୁନା ଏବଂ ମାଧିଆପାଲି ଗାଁର ଶମ୍ଭୁ ବାରିକ। ଅଭିଯୁକ୍ତମାନେ ବଲାଙ୍ଗିର ବିଇଡି କଲେଜରେ ଚାକିରି କରିଥିବା ପରମାନନ୍ଦ ବେହେରା ଏବଂ ତାଙ୍କ ପୁଅ ରାଜେଶଙ୍କୁ […]

bolangir

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 10:13 AM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାସ୍ତାର ଡୁଡୁକାଶିରା ଗାଁ ନିକଟରେ ଦୁଇଜଣ ବାଇକ ଆରହୀଙ୍କୁ ଲୁଟ କରି ଫେରାର ହୋଇଯାଉଥିବା ଦୁଇଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବିଭୂତି ପଡାର ରାଜୁ ସୁନା ଏବଂ ମାଧିଆପାଲି ଗାଁର ଶମ୍ଭୁ ବାରିକ। ଅଭିଯୁକ୍ତମାନେ ବଲାଙ୍ଗିର ବିଇଡି କଲେଜରେ ଚାକିରି କରିଥିବା ପରମାନନ୍ଦ ବେହେରା ଏବଂ ତାଙ୍କ ପୁଅ ରାଜେଶଙ୍କୁ ଆକ୍ରମଣ କରି ବାଇକ ଲୁଟି ଫେରାର ହୋଇଯାଇଥିଲେ । ତେବେ ରାସ୍ତା କାମ କରୁଥିବା କିଛି ଶ୍ରମିକ ଓ ଗ୍ରାମବାସୀ ସେମାନଙ୍କ ପିଛା କରି ପଥରଚେପା ନିକଟରେ ଦୁଇଜଣଙ୍କୁ କାବୁ କରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କ ପାଖରୁ ଲୁଟ ହୋଇଥିବା ବାଇକ୍, ତଳୱାର ଓ ରାମଚାକୁ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ପରମାନନ୍ଦ ଏବଂ ରାଜେଶ ରେଲୱେ ଷ୍ଟେଶନରୁ ନିଜ ଗାଁ ଡୁଡୁକାଶିରାକୁ ଫେରୁଥିବେ ବେଳେ ୩ଜଣ ଯୁବକ ଠେଙ୍ଗା, ତଲୱାରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ସେମାନଙ୍କଠାରୁ ବାଇକ ଲୁଟି ଫେରାର୍ ହୋଇଯିବାକୁ ଉଦ୍ୟମ କରିଥିଲେ । କିଛି ଦୂରରେ ରାସ୍ତା କାମ କରୁଥିବା କିଛି ଶ୍ରମିକ ଓ ଗ୍ରାମବାସୀ ସେମାନଙ୍କ ପିଛା କରିଥିଲେ । ଖବର ପାଇ ପୋଲିସ ମଧ୍ୟ ଦୁର୍ବୃତ୍ତମାନେ ବାଇକ ନେଇ ଫେରାର ହୋଇଯାଇଥିବା ରାସ୍ତାରେ ଯାଇଥିଲା । ଗ୍ରାମବାସୀ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ପଥରଚେପା ନିକଟରେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୋଲିସ ଜିମା ଦେଇଥିଲେ । ସେହିପରି ଲୁଟେରାଙ୍କ ଆକ୍ରମଣରେ ପରମାନନ୍ଦ ଏବଂ ତାଙ୍କ ପୁଅ ରାଜେଶ ଆହତ ହୋଇଛନ୍ତି।

Related story