ନାବାଳିକାକୁ ଦୁଷ୍କର୍ମ: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଶତାଧିକ ଦଳିତଙ୍କ ଅସ୍ତରଙ୍ଗ ଥାନା ସମ୍ମୁଖରେ ବିକ୍ଷୋଭ

କୋଣାର୍କ: ପୁରୀ ଜିଲ୍ଲା ପାଦତଳା ଗାଁରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଶତାଧିକ ଦଳିତ ଅସ୍ତରଙ୍ଗ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ଅସ୍ତରଙ୍ଗ ଥାନା ଅଧିକାରୀ ଓ ନିମାପଡ଼ା ଏସଡିପିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏଥିସହ ଉତ୍ତ୍ୟକ୍ତ  ଆନ୍ଦୋଳନକାରୀ ଥାନା ପରିସରକୁ ଧସେଇ ପଶିବା ସହ ଥାନା ଉପରକୁ ଟେକା ଓ ପଥର ମାଡ଼ ମଧ୍ୟ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୧ ପ୍ଲାଟୁନ […]

k

Rakesh Mallick
  • Published: Wednesday, 27 April 2016
  • , Updated: 27 April 2016, 09:37 AM IST

କୋଣାର୍କ: ପୁରୀ ଜିଲ୍ଲା ପାଦତଳା ଗାଁରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଶତାଧିକ ଦଳିତ ଅସ୍ତରଙ୍ଗ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ଅସ୍ତରଙ୍ଗ ଥାନା ଅଧିକାରୀ ଓ ନିମାପଡ଼ା ଏସଡିପିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏଥିସହ ଉତ୍ତ୍ୟକ୍ତ  ଆନ୍ଦୋଳନକାରୀ ଥାନା ପରିସରକୁ ଧସେଇ ପଶିବା ସହ ଥାନା ଉପରକୁ ଟେକା ଓ ପଥର ମାଡ଼ ମଧ୍ୟ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୧ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଏପ୍ରିଲ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟଦଳା ଗାଁରେ ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମ ହେବାର ୨୧ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ୍  ଅଭିଯୁକ୍ତକୁ ନ ଧରି ପାରିବା ଓ ଘଟଣାର ସଠିକ୍ ତଦନ୍ତ  ନ ହେବା ଅଭିଯୋଗରେ ଆଜି ବିଭିନ୍ନ ଦଳିତ ସଂଗ୍ରଠନ ପକ୍ଷରୁ ପ୍ରତିବାଦ କରାଯାଇଛି।

Related story