ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଯାଜପୁର: ଧର୍ମଶାଳା ଥାନା ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଉବା ସମୟରେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ମଙ୍ଗଳପୁର ଥାନା ଦଶରଥପୁର ଗ୍ରାମର ରାଜେଶ ଗୋଚ୍ଛାୟତ । ଦଶହରା ପୂଜା ଅବସରରେ ରାଜେଶ ଏକ ମେଲୋଡି ଦଳ ସହ ବାରବାଟୀ ଆସିଥିଲେ। ଆଜି ମେଲୋଡି ପାର୍ଟିର ୫ଜଣ କଳାକାର ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଅନ୍ୟମାନେ ଫେରି ଆସିଥିବାବେଳେ ରାଜେଶ ନଦୀରେ ବୁଡିଯାଇଥିଲା। ଏହା ଜଣାପଡିବା ପରେ […]

jajpur

Rakesh Mallick
  • Published: Wednesday, 21 October 2015
  • , Updated: 21 October 2015, 11:01 AM IST

ଯାଜପୁର: ଧର୍ମଶାଳା ଥାନା ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଉବା ସମୟରେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ମଙ୍ଗଳପୁର ଥାନା ଦଶରଥପୁର ଗ୍ରାମର ରାଜେଶ ଗୋଚ୍ଛାୟତ । ଦଶହରା ପୂଜା ଅବସରରେ ରାଜେଶ ଏକ ମେଲୋଡି ଦଳ ସହ ବାରବାଟୀ ଆସିଥିଲେ। ଆଜି ମେଲୋଡି ପାର୍ଟିର ୫ଜଣ କଳାକାର ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଅନ୍ୟମାନେ ଫେରି ଆସିଥିବାବେଳେ ରାଜେଶ ନଦୀରେ ବୁଡିଯାଇଥିଲା। ଏହା ଜଣାପଡିବା ପରେ କୁଆଖିଆ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନଦୀରୁ ରାଜେଶଙ୍କ ମୃତଦେହ ଉଦ୍ଧାର କରିଥିଲେ ।

Related story